ଜୟପୁର: କୋଭିଡ୍ ସଂକ୍ରମଣ ଭୟରେ ସଂପ୍ରତି ଆଲୋଚନା ଚକ୍ର ଏବଂ କର୍ମଶାଳା ଗୁଡିକର ରୁପରେଖରେ ପରିବର୍ତ୍ତନ ହୋଇଛି। ଏହି କ୍ରମରେ ଜୟପୁର ସ୍ବୟଂଶାସିତ ବିକ୍ରମ ଦେବ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ‘କରେଣ୍ଟ ଟ୍ରେଣ୍ଡସ୍ ଇନ୍ ଲାଇଫ୍ ସାଇନସ୍ ରିସର୍ଚ୍ଚ-୨୦୨୦’କୁ ନେଇ ଏକ ଆର୍ନ୍ତରାଷ୍ଟ୍ରୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି। ସ୍ନାତକୋତ୍ତର ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡ.ପ୍ରଜନା ପରମିତା ନାୟକଙ୍କ ଆବହକତ୍ବରେ ଅନୁଷ୍ଠିତ ହୋଇଥିଲା।
କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର ସ୍ବାଗତ ଭାଷଣ ଦେବା ସହ ୱେବିନାରର ଉଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ। ୱାଶିଂଟନ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ସନ୍ତୋଷ ପଣ୍ଡା ‘କରୋନା ଭାଇରସ’ର ଚ୍ୟାଲେଜିଂ , ଭାଇରାଲ ଭେକ୍ଟର କେୟାର ବିଶ୍ବବିଦ୍ୟାଳୟ, ସାଉଥ କାରଲିନା ସ୍କୁଲ ଅଫ ମେଡିସିନ, ୟୁଏସଏର ନିର୍ଦେଶକ ଡ.ସୂଜିତ ପୁଜାରୀ ‘କ୍ୟାନସର’, ପୋଷ୍ଟ ଡକ୍ଟରେଟ୍ ଫେଲୋ ଡ.ସଂଜୟ କୁମାର ସାହୁ, ଏନଆଇଟି ରାଉରକେଲାର ଡ.ସୁଜିତ କୁମାର ଭୁତିଆ, ଡ.ଇଶ୍ବର ବୈଠାରୁ ଆଲୋଚନାରେ ଭାଗ ନେଇ ନିଜ ନିଜ ମତ ଦେଇଥିଲେ। ଏହାକୁ ମଡୋରଟର ଭାବେ ଅଧ୍ୟାପିକା ସ୍ବାଗତିକା ପାଣିଗ୍ରାହୀ ପରିଚାଳନା କରିଥିଲେ। ଶେଷରେ ଡ. ନାୟକ ଧନ୍ୟବାଦ ଦେଇଥିଲେ। ଏହି ୱେବିନାରରେ ୨୦୦ଜଣ ଅଧ୍ୟାପକ, ପ୍ରାଧ୍ୟପକ, ଛାତ୍ରଛାତ୍ରୀ ଆଦି ଅଂଶ ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jpr-webinar.jpeg)