ଜୟପୁର: କରୋନା ଦ୍ବିତୀୟ ଲହରକୁ ଦେଖି ପ୍ରଶାସନ ସଜାଗ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ କଟକଣା ଲାଗୁ ଆରମ୍ଭ ହୋଇସାରିଛି। ପୂର୍ବରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ଏବେ ପୁଣି ସପ୍ତାହନ୍ତ ସଟ୍ଡାଉନ୍ ଆରମ୍ଭ ହୋଇଛି। ଓଡିଶା ପଡୋଶୀ ରାଜ୍ୟ ଛତିଶଗଡରେ କରୋନା ମହାମାରୀ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଓଡିଶା ସୀମାନ୍ତରେ ଥିବା ୧୦ଟି ଜିଲ୍ଲାର ସହରଗୁଡିକରେ ୨ ଦିନିଆ ସଟ୍ଡାଉନ୍ ଘୋଷଣା ହୋଇଛି। ଏନେଇ ଗତକାଲି ମଧ୍ୟ ରାତ୍ରୀରୁ ଜୟପୁର ସହରରେ ଏହି ସଟ୍ଡାଉନ୍ ଆରମ୍ଭ ହୋଇଛି। ଗତକାଲି ରାତିରେ ଏନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା କରାଯାଇଥିବା ବେଳେ ଆଜି ଦିନ ସାରା ପୁଲିସ ପକ୍ଷରୁ ବିଭିନ୍ନ ଛକରେ ଚେକିଂ କରାଯିବା ସହ ସହରରେ କଡା ପାଟ୍ରୋଲିଂ କରାଯାଉଛି।
ଆଜି ସକାଳୁ ଜୟପୁର ଏସ୍ଡିପିଓ ଅରୂପ ଅଭିଶେଖ ବେହେରା, ଟାଉନ ଥାନା ଅଧିକାରୀ ବାଲେଶ୍ବର ଗିଧି, ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର, ତହସିଲଦାର ଟୁଲିଆମ୍ମା ପ୍ରଧାନ ଓ ପୁଲିସ ଟିମ୍ ବିଭିନ୍ନ ଛକରେ ରହି ଚେକିଂ କରୁଥିଲେ। ଏଥିସହ ଗୋଟିଏ ପ୍ଲାଟୁନ୍ ଫୋର୍ସ ସହରରେ ପାଟ୍ରୋଲିଂ କରୁଥିବା ନେଇ ଏସ୍ଡିପିଓ କହିଛନ୍ତି। ଏହି ସଟ୍ଡାଉନ୍ ପରେ ଆସନ୍ତା ସୋମବାର ଠାରୁ ସନ୍ଧ୍ୟା ୬ଟାର ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ। ଏହି ସଟଡାଉନ୍ ଯୋଗୁଁ ଦିନବେଳା ଘରୋଇ ବସଚାଳଚଳ ବନ୍ଦ ରହିଥିବା ବେଳେ ସନ୍ଧ୍ୟାରେ ସ୍ବଳ୍ପ ପାସିଞ୍ଜେରକୁ ନେଇ ଗାଡି ଯାତାୟତ କରିଛି। କିନ୍ତୁ ସରକାରୀ ବସଗୁଡିକ ସ୍ବାଭାବିକ ଭାବେ ଚଳାଚଳ କରୁଥିବାର ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/JPR-Shotdown.jpg)