ମାଲକାନଗିରି: ମାଲକାନଗିରି ରୋଟାରି କ୍ଲବ ତରଫରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସଂବର୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ରୋଟାରି କ୍ଲବ ସଭାପତି ସୁଶାନ୍ତ ସାମଲ ସଭାପତିତ୍ୱ କରିଥିବା ବେଳେ ଉପସଭାପତି ରୋଟାରିୟାନ ଜଗଦୀଶ ତ୍ରିପାଠୀ, ସୁରେନ୍ଦ୍ର ନାଥ ପାଢୀ, ନିର୍ଦେଶକ ଦେବବ୍ରତ ସାନା, ଯୁଗ୍ମ ସଂପାଦକ ଜି.ଶ୍ୟମାବାବୁ ଦୋରା, କୋଷାଧ୍ୟକ୍ଷ ଏ.ଈଶ୍ୱର ରାଓ, ଲବ ସାହୁ, ଭାସ୍କର ବେହେରା, ସତ୍ୟବ୍ରତ କର, ମାଣିକଲାଲ ଚକ୍ରବର୍ତ୍ତୀ, ଲଛମନ ବିହାରୀ ସାମଲ, ଗୋରୀ ପଣ୍ଡା, ହୋନୀ ଚାୱଲା, ସିଏଚ ରାମୁ, ଜେନାମଣି, ରବି ମହାନ୍ତି, ନୀଳାଞ୍ଚଳ ପ୍ରଧାନ, ଗୋପୀନାଥ କର, ମୃଣାଳ ନାୟକ, ପ୍ରୀତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲ୍ଲାର ଅଭିନବ ପ୍ରୟାସ ତଥା ଦେଶ ଗଢିବାରେ ଅତୁଳନୀୟ ଅବଦାନ ପାଇଁ ରବୀନ୍ଦ୍ର କୁମାର ମହାରଣା, ସଚ୍ଚିଦାନନ୍ଦ ସାମଲ, ଖଗେଶ୍ୱର ସ୍ୱାଇଁ, ଅନୀତା ଦେବୀ ପଣ୍ଡା, ରାଜକୁମାରୀ ମେହତା, ନିଭାରାଣୀ ସରକାର, ନୃସିଂହ ଚରଣ ସାମଲ, ଗଜେନ୍ଦ୍ର ସାନଖୁଆ, ଝରଣା ସରକାର, ନାରାୟଣ ନାୟକ, ବେଣୁପାଣି ଖାଡେଙ୍ଗା, ଶିଶିର କୁମାର ମାଟି, ରମେଶ ଚନ୍ଦ୍ର ନେଲୁରୁ, ପ୍ରତାପ ଚନ୍ଦ୍ର ମାଝି, ଏସ.ରାଜେନ୍ଦ୍ର ରେଡ୍ଡି, ଶିବରାମ ସାହୁ, ସ୍ୱର୍ଣ୍ଣଲକ୍ଷ୍ମୀ ରଥ, ମଧୁସୂଦନ ନାୟକ, ନିରଂଜନ ନାୟକ, ଭାରତୀ ନାୟକ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସଂବର୍ଧିତ କରାଯାଇଥିଲା। ସେହିପରି ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ମହାରଣା, ଭିନ୍ନକ୍ଷମ ଶିକ୍ଷକ ଭଗବାନ ମଲ୍ଲିକ, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଏବଂ ହରିଶ୍ଚନ୍ଦ୍ର ପରିଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ରୋଟାରି କ୍ଲବ ସମାଜର ଉନ୍ନତି ଏବଂ ଗରିବ ଖଟିଖିଆ ଲୋକଙ୍କ ପ୍ରତି ସବୁବେଳେ ସଦେୟ ହୋଇ ଆସୁଛି। ଏଥିସହ ଯେତେବେଳେ ମଧ୍ୟ ଜିଲ୍ଲାର ବିକାଶର ଉନ୍ନତି କଥା ଆସେ ସେତେବେଳେ ଏହି କ୍ଲବ ପ୍ରଥମେ ଆଗକୁ ଆସି ସହଯୋଗର ହାତ ବଢାଇଥାଏ ବୋଲି କୁହାଯାଇଥିଲା।
ସଂବର୍ଧିତ ହେଲେ ଶିକ୍ଷାବିତ୍
/sambad/media/post_attachments/wp-content/uploads/2017/10/malkan-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)