ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ଏକ ୱେଲଡିଙ୍ଗ୍ ଦୋକାନରୁ ୱେଲଡିଙ୍ଗ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅନୁଗୋଳ ଥାନା ଖଲାରୀ ଗ୍ରାମର ଅରକ୍ଷିତ ଗଡ଼ନାୟକ(୩୯) ବାଲିପଟ୍ଟାର ଚୌଧୁରୀ ସାହୁ(୪୮)ଙ୍କ ୱେଲଡିଙ୍ଗ୍ ଦୋକାନରେ ୪ବର୍ଷ ହେବ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ସେହି ଦୋକାନରେ ମଧ୍ୟ ରହୁଥିଲେ।
ଆଜି ସକାଳ ସାଢ଼େ ୬ଟାରେ ଚୌଧୁରୀ ଦୋକାନ ନିକଟରେ ପହଞ୍ଚି ଦୋକାନ ବନ୍ଦ ଥିବାର ଦେଖିଲେ। ସଟର ଖୋଲି ଦୋକାନ ଭିତରକୁ ପଶିବା ପରେ ହରିକୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଛେଣ୍ଡିପଦା ପୁଲିସ ପହଞ୍ଚି ମିସ୍ତ୍ରୀ ହରିର ମୃତଦେହ ଜବତ ପରେ ବ୍ୟବଛେଦ କରି ଘଟଣାର ତଦନ୍ତ ଚଳେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/suicide.jpg)
