ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା: ସହ‌ଯୋଗର ହାତ ବଢ଼ାଇଲେ ମମତା, ପଶ୍ଚିମବଙ୍ଗରୁ ପଠାଇଲେ ଟିମ୍‌  

ଭୁବନେଶ୍ବର: କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ମଧ୍ୟରେ ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅବଗତ ହୋଇଛନ୍ତି। ଟୁଇଟ୍‌ କରି ଶ୍ରୀମତୀ ବାନାର୍ଜୀ କହିଛନ୍ତି, ଆମେ ଘଟଣାସ୍ଥଳରେ ଓଡ଼ିଶା ସରକାର ଏବଂ ଦକ୍ଷିଣ-ପୂର୍ବ ରେଳପଥକୁ ସାହାଯ୍ୟ କରିବା ପାଇଁ ୫ରୁ୬ ଜଣିଆ ଟିମ୍‌ ପଠାଇଛୁ। ବ୍ୟକ୍ତିଗତ ଭାବେ ଏହି ଘଟଣା ଉପରେ ମୁଁ ଅବଗତ ରହିଛି। ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ସଂପର୍କରେ ରହିଛି।

 

ଏହା ପୂର୍ବରୁ ମମତା କହିଛନ୍ତି ପଶ୍ଚିମବଙ୍ଗରୁ ଯାତ୍ରୀ ନେଇ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣା ନେଇ ମୋତେ ଆଘାତ ଦେଇଛି। ଆମର ଲୋକେ ଗୁରୁତର ଏବଂ ଆହତ ହୋଇଛନ୍ତି। ଆମେ ଓଡ଼ିଶା ସରକାର ଏବଂ ଦକ୍ଷିଣ-ପୂର୍ବ ରେଳପଥଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ। ସରକାରଙ୍କ ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବର ୦୩୩-୨୨୧୪୩୫୨୬/୨୨୫୩୫୧୮୫ ଜାରି କରାଯାଇଛି।

ସୂଚନା ଅନୁସାରେ ବାହାନଗା ରେଳଷ୍ଟେସନ ନିକଟରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣା ହେବା ଫଳରେ ପ୍ରାୟ ୧୭ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ୩୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ‌ରହିଛି। ଦୁର୍ଘଟଣାରେ ୨୦୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ଆହତ ଏବଂ ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଆହୁରି ଅନେକ ଯାତ୍ରୀ ଦୁର୍ଘଟଣାସ୍ଥଳରେ ଚାପି ହୋଇ ରହିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର