ପ୍ରଥମ ଓଡ଼ିଶା ୱେଷ୍ଟ ଜୋନ୍‌ ତାଇକୋଣ୍ଡୋ ଚାମ୍ପିଅନ୍‌ସିପ୍‌ ଉଦ୍‌ଘାଟିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଓଡ଼ିଶା ତାଇକୋଣ୍ଡୋ ଓ ଜିଲ୍ଲା ତାଇକୋଣ୍ଡୋ ସଙ୍ଘ ମିଳିତ ଆନୁକୂଲ୍ୟରେ ପ୍ରଥମ ଓଡ଼ିଶା ୱେଷ୍ଟ୍‌ ଜୋନ୍‌ ତାଇକୋଣ୍ଡୋ ଚାମ୍ପିଅନ୍‌ସିପ୍‌ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ପୀତାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଙ୍ଘ ସଭାପତି ରବୀନ୍ଦ୍ର ହୋତା ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ ରଥ ମୁଖ୍ୟ ଅତିଥି, ବରିଷ୍ଠ ଆଇନଜୀବୀ ରାଧାକାନ୍ତ ବାଘ ମଖ୍ୟବକ୍ତା ଏବଂ ଓଡ଼ିଶା ତାଇକୋଣ୍ଡୋ ସଙ୍ଘ ସମ୍ପାଦକ ମନମୋହନ ଭଞ୍ଜ, ଉପସଭାପତି ଡ.ମନୋଜ ବାଦୀ, ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା, ସାମ୍ବାଦିକ ସତ୍ୟବାନ ପୁରୋହିତ, ଶେଷଦେବ ବାରିକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

ପ୍ରାରମ୍ଭରେ ଜିଲ୍ଲା ସଙ୍ଘ ସମ୍ପାଦକ ଏହେସାସ ହୋତା ଅତିଥି ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କଠିନ ଅଭ୍ୟାସ ଓ ଅବିରତ ପ୍ରଚେଷ୍ଟା ବଳରେ କ୍ରୀଡ଼ାବିତ୍‌ଙ୍କୁ ସଫଳତା ମିଳିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥିରେ ସୁବର୍ଣ୍ଣପୁର, ଝାରସୁଗୁଡା, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରୁ ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।

Sambad

ତାଇକୋଣ୍ଡୋ ଖିରୋଗୀ, ପୁମସେ, ପେଆର ପୁମସେ ଓ ଗ୍ରୁପ ପୁମସେ ଆଦି ବିଭାଗରେ ଖେଳ ହୋଇଥିଲା। ପ୍ରାୟ ୧୦ଜଣ ଓଟିଏ ଜାତିୟସ୍ତରୀୟ ରେଫ୍‌ରି ଖେଳ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିର ମୁଖ୍ୟ ଅତିଥି, ସାମ୍ବାଦିକ ପୀତାମ୍ବର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁଗଳ କିଶୋର ମିଶ୍ର ସଭା ପରିଚାଳନା କରିଥିଲେ। ଜିଲ୍ଲା ସମ୍ପାଦକ ଶ୍ରୀ ହୋତା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର