ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଆଇନ୍‌ ମନ୍ତ୍ରୀଙ୍କ ପତ୍ର : ଓଡ଼ିଶା ହାଇକୋର୍ଟଙ୍କ ମତାମତକୁ ଅପେକ୍ଷା କରାଯାଇଛି

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଯଶଓ୍ଵନ୍ତ ସିଂହ କମିଶନର ସୁପାରିସ୍‌ ଓ ସୁପ୍ରିମ୍‌ କୋର୍ଟ ୨୦୦୦ରେ ଦେଇଥିବା ନିର୍ଦ୍ଦେଶ ଆଧାରରେ ହେବ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଏଥିପାଇଁ ରାଜ୍ୟ ସରକାରଙ୍କ ସୁପାରିସ  ଓ ଏହ‌ା ପରେ  ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ଅନୁମୋଦନ ମଧ୍ୟ ଆବଶ୍ୟକ ପଡ଼ିଥାଏ। ଓଡ଼ିଶାର ପଞ୍ଚିମାଞ୍ଚଳରେ ଏବଂ ଦକ୍ଷିଣାଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି  ବିଧିବଦ୍ଧ ପ୍ରସ୍ତାବ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିୟମ ମୁତାବକ କେନ୍ଦ୍ର ସରକାର ଏହାକୁ ଓଡ଼ିଶା ହାଇକୋର୍ଟଙ୍କ ନିକଟକୁ ମତାମତ ଲାଗି ପଠାଇଛନ୍ତି ବୋଲି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ପଷ୍ଟ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦର ‘ଜିରୋ ଆଓ୍ଵାର’ରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଏକ ପ୍ରଶ୍ନ କରିଥିଲେ। ଏ ପ୍ରସଙ୍ଗରେ ଆଇନ୍‌ ମନ୍ତ୍ରୀ ଶ୍ରୀ ପ୍ରସାଦ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କୁ ଏକ ପତ୍ର ଲେଖି ଏ ବିଷୟ ସ୍ପଷ୍ଟ କରି ଦେଇଛନ୍ତି।

ନିଜ ପତ୍ରରେ ଆଇନ ମନ୍ତ୍ରୀ ଶ୍ରୀ ପ୍ରସାଦ ଲେଖିଛନ୍ତି ଯେ ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଦୁଇଟି ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ନିକଟରୁ ପ୍ରସ୍ତାବ ମିଳିବା ପରେ କେନ୍ଦ୍ର ସରକାର ଏ ସଂପର୍କରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖି ତାଙ୍କର ମତାମତ ଲୋଡ଼ିଥିଲେ। କିନ୍ତୁ ଏ ଯାବତ୍ ମାନ୍ୟବର ହାଇକୋର୍ଟଙ୍କ ଠାରୁ କୌଣସି ଉତ୍ତର ଆସିନାହିଁ।  ୨୦୧୯ ଜାନୁଆରି ୧୨ ତାରିଖରେ ଓଡ଼ିଶା ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ପତ୍ର ଲେଖାଯାଇ ଏ ବାବଦରେ ଅବଗତ କରାଯାଇଛି।

କିନ୍ତୁ, ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଯାବତ୍‌ କେନ୍ଦ୍ର ସରକାରଙ୍କୁ କିଛି ବି ହେଲେ ଜଣାଯାଇ ନାହିଁ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର କେତେଦୂର ପ୍ରସ୍ତୁତ ଅଛନ୍ତି ଏବଂ ଏଥିପାଇଁ କ’ଣ ସବୁ ଭିତ୍ତିଭୂମି ଉପଲବ୍ଧ ରହିଛି ସେ ସଂପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ତଥ୍ୟ ରଖୁ ନଥିବାରୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭବ ହୋଇପାରୁ ନଥିବା ଆଇନ ମନ୍ତ୍ରୀ ଶ୍ରୀ ପ୍ରସାଦ ତାଙ୍କ ପତ୍ରରେ ସ୍ପଷ୍ଟ କରି ଦେଇଛନ୍ତି।ହାଇ

ସମ୍ବନ୍ଧିତ ଖବର