ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ କ’ଣ କହିଲେ ତାଙ୍କୁ ପାଠ ପଢ଼ାଇଥିବା ଶିକ୍ଷକ ?

ଭୁବନେଶ୍ବର: ଦେଶର ସର୍ବୋଚ୍ଚ ପଦବୀ ପାଇଁ ଶାସକ ଏନଡିଏର ପ୍ରାର୍ଥୀ ହୋଇଛନ୍ତି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ ହେବା ପରଠାରୁ ମୟୂରଭଞ୍ଜରେ ଖୁସିର ଲହରି ଖେଳିଯାଇଛି । ସାରା ଜିଲ୍ଲାରେ ଏବେ ସବୁଠି ଦ୍ରୌପଦୀଙ୍କୁ ନେଇ ଚର୍ଚ୍ଚା । ଏଭଳି ସମୟରେ ମାଟିର ଝିଅ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କୁ ପାଠ ପଢ଼ାଇଥିବା ଶିକ୍ଷକ ବାସୁଦେବ ବେହେରା ।

ବାସୁଦେବଙ୍କ କହିବା ଅନୁସାରେ, ସେ ୧୯୬୮ ମସିହାରେ ଦ୍ରୌପଦୀ ମୁର୍ମୁଙ୍କ ଗାଁ ଉପରବେଡ଼ାରେ ଥିବା ଏମ୍‌ଇ ସ୍କୁଲରେ ନିଯୁକ୍ତି ପାଇଥିଲେ । ସେହି ସମୟରେ ଦ୍ରୌପଦୀ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ପିଲାଟି ଦିନରୁ ଦ୍ରୌପଦୀ ମେଧାବୀ ଥିଲେ ବୋଲି ଶିକ୍ଷକ ଶ୍ରୀଯୁକ୍ତ ବେହେରା କହିଛନ୍ତି ।

“ଦ୍ରୌପଦୀ ସପ୍ତମ ଶ୍ରେଣୀ ପରୀକ୍ଷାରେ ଫାଷ୍ଟ କ୍ଲାସରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ପାଠ ପଢ଼ିବା ପାଇଁ ଭୁବନେଶ୍ୱର ଚାଲିଗଲେ । ଦ୍ରୌପଦୀ ଯେ ଆଗକୁ ଜଣେ ବଡ଼ଲୋକ ହେବେ ଏହା ପିଲାଦିନୁ ଜଣା ପଡ଼ିଥିଲା । ସେ ଠିକ୍ ସମୟରେ ସ୍କୁଲକୁ ଆସୁଥିଲେ, ଭଲ ପାଠ ପଢୁଥିଲେ । ତାଙ୍କର ଖେଳକୁଦରେ ମଧ୍ୟ ଆଗ୍ରହ ଥିଲା ଏବଂ ସେ ଭଲ ଦୌଡ଼ିପାରୁଥିଲେ”, ବୋଲି କହିଛନ୍ତି ବାସୁଦେବ ସାର୍ ।

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ବାସୁଦେବ ସାର୍ ଆଉ କ’ଣ କହିଛନ୍ତି ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ ।

ସମ୍ବନ୍ଧିତ ଖବର