ଗୁଳିମାଡ଼ ପୂର୍ବରୁ ସଭାରେ କ’ଣ କହିଥିଲେ ନବ ଦାସ: ‘ରାମ ଓ ସୀତାଙ୍କୁ ଛାଡ଼ିଲେନି, ମୋତେ କ’ଣ ଛାଡ଼ିବେ?’

ଗୁଳିମାଡ଼ ପୂର୍ବରୁ ସଭାରେ କ’ଣ କହିଥିଲେ ନବ ଦାସ: ‘ରାମ ଓ ସୀତାଙ୍କୁ ଛାଡ଼ିଲେନି, ମୋତେ କ’ଣ ଛାଡ଼ିବେ?’

ଝାରସୁଗୁଡ଼ା: ଘଟଣା ପୂର୍ବରୁ ଅର୍ଥାତ୍‌ ରବିବାର ଦିନ ୧୧ଟାରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଝାରସୁଗୁଡ଼ା ପୌରାଞ୍ଚଳର ୧ ନମ୍ବର ୱାର୍ଡ କିସାନପଡ଼ାରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ‘ପରିଚୟ ଗୃହ’ ଉଦ୍‌ଘାଟନ କରିଥିଲେ। ଏହି ଉପଲକ୍ଷେ ଏକ ସଭାରେ ‌ତାପସରାୟ ଚୌଧୁରୀ ସଭା ସଂଯୋଜନା କରିଥିବା ବେଳେ ପୌରାଧ୍ୟକ୍ଷା ରାନୀ ହାତୀ ଓ ସେହି ୱାର୍ଡର କାଉନସିଲର ଗୀତାଞ୍ଜଳି ପଣ୍ଡା ଉପସ୍ଥିତ ଥିଲେ।

ଏହି ସଭାରେ ମନ୍ତ୍ରୀ ଶ୍ରୀ ଦାସ ଅତ୍ୟନ୍ତ ଖୁସି ମିଜାଜରେ ଥିଲେ। ସେ କହିଥିଲେ, ବିକାଶକୁ ଯେ ଚାହିଁବ ସେ ହିଁ ନବ ଦାସଙ୍କୁ ଭୋଟ ଦେବେ। କିଛିଲୋକ ବିକାଶକୁ ବିରୋଧ କରନ୍ତି। ସବୁ ଜାଗାରେ ରାମ ବି ଅଛନ୍ତି, ରାବଣ ବି ଅଛନ୍ତି। ଶ୍ରୀକୃଷ୍ଣ ବି ଅଛନ୍ତି, କଂସ ବି ଅଛନ୍ତି। କିଛି ଲୋକ ନବ ଦାସଙ୍କୁ ଭଲ କହିବେ କିଛି ଖରାପ ମଧ୍ୟ କହିବେ। ରାମ ଓ ସୀତାଙ୍କୁ ଲୋକେ ଛାଡ଼ି ନଥିବା ବେଳେ ନବ ଦାସଙ୍କୁ କ’ଣ ଛାଡ଼ିବେ କି ବୋଲି କହିଥିଲେ। ତେବେ, ସବୁ ସତ୍ତ୍ବେ ସତ୍ୟର ଜୟ ହୁଏ। ରାମ ଓ ଶ୍ରୀକୃଷ୍ଣଙ୍କ ଜୟ ହୁଏ। ଆସନ୍ତା ସମୟରେ ଗୋଟିଏ ମିନିଟ୍‌ ବି ନଷ୍ଟ କରିବାକୁ ଚାହୁ ନାହିଁ ବୋଲି କହି କେବଳ ବିକାଶ ହିଁ ମୋର ପ୍ରଥମ କାମ ହେବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe