ପଟ୍ଟାମୁଣ୍ଡାଇ କିମ୍ବଦନ୍ତୀର ମୂକସାକ୍ଷୀ, ରାଧାରମଣ ମଠ ଉପରେ ଦୃଷ୍ଟି ପଡ଼ିବ କେବେ?

ପଟ୍ଟାମୁଣ୍ଡାଇ: କାହିଁ କେଉଁ ସ୍ମରଣାତୀତ କାଳରୁ ପଟ୍ଟାମୁଣ୍ଡାଇ ସହରର କେନ୍ଦ୍ରସ୍ଥଳରେ ରହିଛି ଏ ଅଂଚଳର ଧାର୍ମିକ କିମ୍ବଦନ୍ତୀ ବହନ କରୁଥିବା ରାଧାରମଣ ମଠ। କେବଳ କେନ୍ଦ୍ରାପଡା ନୁହେଁ  ଓଡ଼ିଶାର ଆଧ୍ୟାତ୍ମିକ ଜଗତରେ ଖ୍ୟାତି ଅର୍ଜନ କରିଥିବା ଏହି ଗୌଡୀୟ ବୈଷ୍ଣବ ମଠ  ପ୍ରସିଦ୍ଧି ଲାଭ କରିଛି । ଲୋକ କଥାରୁ ଜଣାପଡେ,  ରାଧାରମଣ  ମଠକୁ ପ୍ରତିଷ୍ଠା କରିଥିଲେ ବିଶିଷ୍ଟ ସାଧୁ ବାବାଜୀ ହୃଷିକେଶ ଦାସ। ଏହାକୁ ହୃଷିକେଶ ଦାସ ବା  ହରି ଦାସ ମଠ ବୋଲି କୁହାଯାଏ। ବହୁ ଗୌରବରେ ଗୌରବାନ୍ଵିତ ଓଡ଼ିଶାର ସର୍ବପୁରାତନ ମଠ ମଧ୍ୟରୁ ଅନ୍ୟତମ ରାଧାରମଣ ମଠ। କିମ୍ବଦନ୍ତୀ କହେ, ୧୯୦୩ ମସିହା ମହାବିଷୁବ ସଂକ୍ରାନ୍ତି ଦିନ ଅରୁଆକଦଳୀବଣ ଗ୍ରାମର ବିଶିଷ୍ଟ ସାଧୁ ବାବାଜୀ ହୃଷୀକେଶ ଦାସ ଏହି ମଠ ପ୍ରତିଷ୍ଠା କରିଥଲେ। ୧୯୨୦ ମସିହା ମହାବିଷୁବ ସଂକ୍ରାନ୍ତି ଦିନ ମଠରେ ନିର୍ମିତ ମନ୍ଦିରରେ ରାଧାରମଣଙ୍କ କାଂସ୍ୟ ବିଗ୍ରହ ପ୍ରତିଷ୍ଠା ହୋଇଥିଲା। ରାଧାରରାଧାରମଣ ମଠ ଉପରେ ଦୃଷ୍ଟି ପଡ଼ିବ କେବେ?ମଣ ମଠ ପ୍ରତିଷ୍ଠା ପରେ ବାବାଜୀ ହୃଷିକେଶ ଦାସଙ୍କ ଖ୍ୟାତି ସର୍ବତ୍ର ବ୍ୟାପୀ ଯାଇଥିଲା। ସେ ଶ୍ରୀ ଚୈତନ୍ୟ ଭାଗବତ, ଶ୍ରୀ ରାଧାରମଣ ବିଳାସ, ଜଗାଇ ମାଧାଇ ଆଦି ବହୁ ଗ୍ରନ୍ଥର ରଚନା କରିଥିଲେ। ୧୯୪୪ରେ ରାଧାରମଣ‌‌ ମଠ ପ୍ରତିଷ୍ଠାତା ମହନ୍ତ ପୁଣ୍ୟାତ୍ମା ବାବାଜୀ ହୃଷିକେଶ ଦାସଙ୍କ ମହାପ୍ରୟାଣ  ଆଧ୍ୟାତ୍ମିକ ଜଗତକୁ ଧକ୍କା ଦେଇଥିଲା। ବାବାଜୀ ବିପିନ ବିହାରୀ ଦାସ ପରବର୍ତ୍ତୀ ମହନ୍ତ ଭାବେ ମଠ ପରିଚାଳନା ଦାୟିତ୍ଵ ନେଇଥିଲେ। ୧୯୭୫ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ବାବାଜୀ ବିପିନ ବିହାରୀ ଦାସଙ୍କ ମହାପ୍ରୟାଣ ଘଟିଥିଲା। ଏହାପରେ ମାତୃହରା ହୋଇ ୩ ବର୍ଷ ବୟସରୁ ମଠରେ ରହି ଆସୁଥିବା ତାଙ୍କ ଶିଷ୍ୟ ବାବାଜୀ ହୃଦୟ ଚୈତନ୍ୟ ଦାସ ମଠ ମହନ୍ତ ଭାର ସମ୍ଭାଳି ଥିଲେ। ୧୯୯୨ ମାର୍ଚ୍ଚ ୭ ତାରିଖରେ ମହନ୍ତ ମହାରାଜ ଦେହତ୍ୟାଗ କରିଥିଲେ। ଏହା ପରେ ତାଙ୍କର ସୁଯୋଗ୍ୟ ଉତ୍ତରାଧିକାରୀ ଭାବେ ଶିଷ୍ୟ ବାବାଜୀ ଅସୀମାନନ୍ଦ ଦାସ ମଠ ମହନ୍ତ ଭାବେ ଦାୟିତ୍ଵ ଗ୍ରହଣ ମଠର ଗୌରବ ପରମ୍ପରାକୁ ବଜାୟ ରଖିବା ସହିତ ବିକାଶକୁ ଆଗେଇ ନେବା ପାଇଁ ଭକ୍ତମାନଙ୍କ ସହଯୋଗରେ ପୂର୍ଣ୍ଣପ୍ରାଣରେ ଲାଗି ପଡିଛନ୍ତି। ମହନ୍ତ ମହାରାଜ ଅସୀମାନନ୍ଦଙ୍କ ଉଦ୍ୟମରେ ୨୦୦୪ରେ ମଠ ପରିସରରେ ଆରମ୍ଭ  ହୋଇଛି ଅନନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅଖଣ୍ଡ ନାମସଂକୀର୍ତ୍ତନ। ଯାହାକି ମଠର ଗରିମା ଓ ଗୌରବ ବୃଦ୍ଧି କରିଛି।

ସନାତନ ଧର୍ମର ପ୍ରମୁଖ ପ୍ରଚାରକ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧିଶ ଶିବାବତାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦୁଇ ଦୁଇ ଥର ମଠରେ ପଦାର୍ପଣ କରି ଏହି ମଠକୁ ମହିମାମଣ୍ଡିତ କରିଛନ୍ତି । ଏଥି ସହିତ ମଠ ମହନ୍ତ ଅସୀମାନନ୍ଦ ଦାସ ମହାରାଜ ପୁରୀ ଗୋବର୍ଦ୍ଧନ ପୀଠର ସନ୍ଥ ସଂରକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ରାଧାରମଣ ଦେବଙ୍କ ରାହାସ ବିହାରୀ ମଠର ପରମ୍ପରା ଅନୁଯାୟୀ ମଠର ରୀତିନୀତି ଓ ପର୍ବପର୍ବାଣି ପାଳନ କରାଯାଏ। ମଠର ମୁଖ୍ୟ ପର୍ବ ମହାବିଷୁବ ସଂକ୍ରାନ୍ତୀ, ଅକ୍ଷୟତୃତୀୟା, ବୁଦ୍ଧପୂର୍ଣ୍ଣିମା, ବ୍ୟଞ୍ଜନ ଦ୍ବାଦଶୀ, ରାଧାରମଣ ଦେବଙ୍କ ଆବିର୍ଭାବ ଦିବସ। ରାଧାରମଣ‌ ମଠ ପରିସରରେ ଜଗନ୍ନାଥ ମନ୍ଦିର, ଗୋପେଶ୍ୱର ମହାଦେବ ମନ୍ଦିର ସମେତ ବିଭିନ୍ନ ଦେବଦେବୀ ପୂଜା ପାଉଛନ୍ତି। ଶ୍ରଦ୍ଧାଳୁମାନଙ୍କ ଭିକ୍ଷା, ସାହାଯ୍ୟ, ସହଯୋଗ, ସର୍ବୋପରି ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ମଠ ଚାଲିଛି । ପଟ୍ଟାମୁଣ୍ଡାଇ ଅଂଚଳର କିମ୍ୱଦନ୍ତୀର ମୂକସାକ୍ଷୀ ବହୁ ଗୌରବରେ ଗୌରବାନ୍ଵିତ ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ରାଧାରମଣ‌ ମଠ‌ ଏବେ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ସଂପ୍ରତି ସରକାର ବିଭିନ୍ନ ଦେବଦେବୀ  ପୀଠ ମଠ ଓ ମନ୍ଦିର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇ ପ୍ରଶଂସିତ ହୋଇଛନ୍ତି।  ସରକାରଙ୍କ ଦୃଷ୍ଟି ପଡ଼ିଲେ ଏହିଆଧ୍ୟାତ୍ମିକ ପୀଠର ଉନ୍ନତି ହୋଇ ଅଞ୍ଚଳବାସୀଙ୍କ ଆଧ୍ୟାତ୍ମିକ ଚେତନା ଓ ଭାବଧାରାର ବିକାଶ ହୋଇପାରନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର