ଖୋର୍ଦ୍ଧା: ୯ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ଏଥିପାଇଁ ରାଜ୍ୟ ସରକାର ମନ୍ଦିର, ସ୍କୁଲ, କଲ୍ୟାଣମଣ୍ଡପ, ସିନେମା ହଲ୍, ସଭାସମିତି ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ବ୍ୟାଣ୍ଡପାର୍ଟି ଓ ଡିଜେ କ’ଣ ପାପ କରିଥିଲେ ଯେ ତାଙ୍କ ଉପରୁ କଟକଣା ହଟିନାହିଁ। ଆଜି ଜିଲ୍ଲା ବ୍ୟାଣ୍ଡପାର୍ଟି ଓ ଡିଜେ ମାଲିକ ସଂଘର ଶତାଧିକ ସଦସ୍ୟ ଜିଲ୍ଲାପାଳଙ୍କୁ ଦେଖା କରି ଏଭଳି ଅନୁନୟ ହୋଇଛ।
ଆଜି ମଧ୍ୟାହ୍ଣ ୧୨ଟାରେ ମା’ ଭଗବତୀ ବ୍ୟାଣ୍ଡ ପାର୍ଟି ଓ ଡିଜେ ଓନର୍ସ ଆସୋସିଏସନ୍ର ଶତାଧିକ ସଦସ୍ୟ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭେଟି ସେମାନଙ୍କୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ସଂଘର ସଭାପତି କବିରାଜ ସାହୁ କହିଛନ୍ତି ଯେ ଗତ ୧୦ ମାସ ହେଲା ସେମାନଙ୍କ ବ୍ୟବସାୟ ସଂପୂର୍ଣ୍ଣ ରୂପେ ବନ୍ଦ ରହିଛି। ବ୍ୟାଣ୍ଡପାର୍ଟିରେ କାମ କରୁଥିବା କର୍ମଚାରୀଙ୍କୁ ଦରମା, ଗାଡ଼ି ଲୋନ୍ କିସ୍ତି, ଘରଭଡ଼ା ଓ ବ୍ୟାଣ୍ଡ ସାମଗ୍ରୀର ରକ୍ଷଣାବେକ୍ଷଣ ସହ ନିଜର ପରିବାର ପୋଷଣ କରିବା ପ୍ରାୟତଃ ଅସମ୍ଭବ ହୋଇପଡ଼ିଛି। ଏନେଇ ସେମାନେ ବିଧାୟକଙ୍କୁ ଲିଖିତ ଅନୁରୋଧ କରିଥିଲେ। ଜିଲ୍ଲା ପ୍ରଶାସନକୁ ମଧ୍ୟ ଜଣାଇଥିଲେ। ଏବେ ସବୁ ଅନୁଷ୍ଠାନ, ବିବାହ-ବ୍ରତ ଆଦି କରିବାକୁ ଅନୁମତି ମିଳିଥିବାରୁ ଅନୁରୂପ କଟକଣା ମଧ୍ୟରେ ସେମାନଙ୍କୁ ମଧ୍ୟ ଅନୁମତି ଦେବାକୁ ସେମାନେ ପୁଣି ଅନୁରୋଧ କରିଛନ୍ତି।
ଜିଲ୍ଲାପାଳଙ୍କ ସାକ୍ଷାତ ସମୟରେ ସଂଘର ସମ୍ପାଦକ ପ୍ରଭୂକାନ୍ତ ଚୌଧୁରୀ, ଉପସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ, ଯୁଗ୍ମ ସଂପାଦକ ଭବାନୀ ମହାରଣା, ବିଜୟ କୁମାର ସାହୁ, ଲକ୍ଷ୍ମୀଧର ପ୍ରଧାନ, ସରୋଜକାନ୍ତ ସାଶମଲ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସେମାନଙ୍କ ସମସ୍ୟା ଶୁଣିବା ପରେ ଆସନ୍ତାକାଲି ଏସଆରସି ବୈଠକରେ ସେମାନଙ୍କ କଥା ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Band-Party-association-khordha.jpg)