ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁର। ଏଠାରେ ବିଭିନ୍ନ ନାମୀଦାମି କଂପାନିର ଦୁଇ ଚକିଆ ବାଇକ, ତିନି ଚକିଆ ଅଟୋ, ଚାରିଚକିଆ କାର, ଜିପ, ଟ୍ରାକ୍ଟର ସହ ଭାରୀଯାନର ବି ସୋ’ ରୁମ ରହିଛି। ଏହା ସହ ୩୦୦ରୁ ଊର୍ଦ୍ଧ୍ବ ସବୁ ବାହାନର ବିଭିନ୍ନ ରକମର ଗ୍ୟାରେଜ୍, ଡେଣ୍ଟିଂ, ପ୍ୟାଣ୍ଟିଂ ଓ ସ୍ପେୟାର ପାର୍ଟସ ଦୋକାନ ବି ରହିଛି। ଦିନକୁ ଦିନ ଏହି ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଜୟପୁରରେ ନୂଆବସଷ୍ଟାଣ୍ଡ ଆରମ୍ଭ ସମୟରେ ତତ୍କାଳୀନ ଜିଲ୍ଲାପାଳ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୁରଦୃଷ୍ଟିରେ ରଖି ୧୯୯୯-୨୦୦୦ମସିହାରେ ଜୟପୁରରେ ଆଟୋନଗରର ଆବଶ୍ୟକତା ରହିଛି ବୋଲି ବି ପ୍ରସ୍ତାବ ଦେଇଥିଲେ। ଏଭଳିକି ସେ ଦିନକୁ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ଜୟପୁର ଉପରେ ହେଉଥିବା ନିର୍ଭର ଏବଂ ଦିନକୁ ଦିନ ଜନସଂଖ୍ୟା ଓ ଯାନବାହନବୃଦ୍ଦିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଭାବେ ଆଟୋନଗର କରିବାକୁ ଯୋଜନା କରିଥିଲେ। ନିଜେ କିଛି ଜାଗା ବି ବାଛି ଥିଲେ।
/sambad/media/post_attachments/wp-content/uploads/2021/02/jpr-autonagar-1-300x160.jpg)
ତେବେ ତାହା ଦୀର୍ଘ ୨୧ବର୍ଷ ପରେ ବି କାର୍ଯ୍ୟକାରୀ ହୋଇପାରିନି। ଅନ୍ୟ ପକ୍ଷରେ ଏବେ ଜାତୀୟ ରାଜପଥ ୨୬ର ଉଭୟ ପାର୍ଶ୍ବରେ ଗେଟଗୁଡ଼ା ଛକରୁ ସଦରଥାନା ଛକ ପର୍ୟ୍ୟନ୍ତ ଓ ଗାନ୍ଧୀଛକରୁ ହଳଦିଆ ବ୍ରିଜ୍ ଛକ୍ ବିଜୟୱାଡା–ରାଂଚି କରିଡ଼ର ରାସ୍ତାରେ ଶହ ଶହ ଗ୍ୟାରେଜ୍ ଖୋଲିଛି। ଏସବୁ ରାସ୍ତା ପାର୍ଶ୍ବରେ ରହିଥିବାରୁ ବହୁ ସମୟରେ ଟ୍ରାଫିକ ଜାମ୍ ବି ହେଉଛି। ସହରର ସୌନ୍ଦର୍ୟ୍ୟକରଣ ପାଇଁ ଏସବୁ ଗ୍ୟାରେଜକୁ ଏକତ୍ରୀକରଣ କରି କରାଗଲେ ଏକା ସ୍ଥାନରେ ଲୋକେ ସବୁ ରକମର ସୁବିଧା ପାଇ ପାରିବେ ।ଏସବୁ ରାସ୍ତାରେ ହେଉଥିବା ଟ୍ରାଫିକ ଜାମ୍ ବି ଦୁର ହୋଇପାରିବ ଏବଂ ହେଉଥିବା ଛୋଟବଡ଼ ଦୁର୍ଘଟଣା ବନ୍ଦ ହେବ ବୋଲି କହିଛନ୍ତି ଆଇନଜୀବୀ ଅନୁପ ପାତ୍ର, ରବୀନ୍ଦ୍ର ପାତ୍ର, ଚନ୍ଦନ ପଟ୍ଟନାୟକ, ଅଶୋକ ମିଶ୍ର ।