ଜୟପୁର: ରାଜ୍ୟ ସରକାର  ମଣ୍ଡିରେ ଧାନ କିଣା ପାଇଁ ନିୟମରେ କଡ଼ାକଡ଼ି କରିଛନ୍ତି। ଖରଫ ମଣ୍ଡିରେ ଧାନ ବିକ୍ରି ପାଇଁ ପଂଜୀକରଣ କରିଥିବା ଚାଷୀଙ୍କର ପ୍ରକୃତରେ କେତେ ଜମିରେ ଚା‌ଷ ହୋଇଛି, କେତେ ପ୍ଲଟ ଚାଷ ନ ହୋଇ ପଡ଼ିଆ ପଡ଼ିଛି ସବୁକୁ ଉପଗ୍ରହ(ସାଟେଲାଇଟ୍) ମାଧ୍ୟମରେ ପ୍ଲଟ୍ ୱାରୀ  ଯାଂଚ କରାଯିବା ଯୋଜନା ରହିଛି। ହେବ। ତେବେ ଖାଲି ପଡ଼ିଥିବା ପ୍ଲଟର ଫ‌ଟୋ ଚିତ୍ର ସହ ଏବଂ ସଂଦେହଜନକ ପ୍ଲଟର ଚିତ୍ର ସବୁ ଡିଆରସିଏସଙ୍କ କାର୍ଯ୍ୟାଳୟକୁ ଆସିବ। ଏହା ପରେ ପୁଣି ଡିଇଓ, ଲ୍ୟାମ୍ପର କର୍ମଚାରୀ, କୃଷି କର୍ମଚାରୀ, ରାଜସ୍ବ କର୍ମଚାରୀ ଆଦିଙ୍କୁ ନେଇ ଯୁଗ୍ମ କମିଟି କ୍ଷେତ୍ରକୁ ଯାଇ ଯାଂଚ କରିବେ ବୋଲି ଡିଆରସିଏସ୍ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଅପରପକ୍ଷ‌ରେ ସଂପ୍ରତି ଧାନ କାଟିବା ପ୍ରକ୍ରିୟା ଜୟପୁର ଉପଖଣ୍ଡରେ ଆରମ୍ଭ ହୋଇଛି। ସାଟେଲାଇଟ୍ ସର୍ଭେ ଆରମ୍ଭ ହୋଇନଥିବାରୁ ଧାନ କଟାଯାଇଥିବା ପ୍ଲଟ ଗୁଡିକ ଖାଲି ଫଟୋଚିତ୍ର  ଆସିଯିବକି ବୋଲି ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।

Advertisment

publive-image

କୋରାପୁଟ ଜିଲ୍ଲାରେ ୯୯ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଉଛି।  ଖରିଫ ମଣ୍ଡିରେ ୨୦ଟି ଲ୍ୟାମ୍ପ, ୨୩ଟି ଏସଏଚଜି, ୨ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ଧାନ ବିକ୍ରୀ କରିବାକୁ  ୪୧ହଜାର ୭୩୬ଜଣ ଚାଷୀ ପଂଜିକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୪୪୬ଜଣ ଭୁତ ଚାଷୀଙ୍କୁ ସରକାର ଚିହ୍ନଟ କରିଛନ୍ତି। ଉପଗ୍ରହ ଜରିଆରେ ଯାଂଚ ପରେ ସଂଦେହାଜନକ ପ୍ଲଟ୍ ଚିହ୍ନଟ ହେବ।  ଏହି ପ୍ଲଟ ଗୁଡିକ ନିକଟକୁ ଯାଇ ଯୁଗ୍ମ କମିଟି ନିଜ ମୋବାଇଲରେ ଥିବା ଓଡିଶା ପେଡି ଲ୍ୟାଣ୍ଡ ସର୍ଭେ (ଓପିଏଲସି) ଆପରେ ଯାଂଚ କରିବେ। ନିଜ ମୋବାଇଲରେ ଏହି ଆପକୁ ଅନ୍ କରି ଗୁଗୁଲ. କମ୍ପାସ ଜରିଆରେ ଲଙ୍ଗଟିଚୁଡ, ଓ ଲାଟିଚୁଡ୍ ଆଦିକୁ ନେଇ ସଂଦେହାଜନକ ପ୍ଲଟର ଫଟୋ ଚିତ୍ର ଉତ୍ତୋଳନ କରି ଆପରେ ଅପଲୋଡ କରିବେ। ସେଭଳି ଅଧିକାରୀ ମାନେ ଓଡିଶା ପାଡି ଲ୍ୟାଣ୍ଡ ମନିଟରିଂ (ଓଲଏମ୍ ) ଆପ୍ ନିଜ ମୋବାଇଲରେ ଡାଉନଲୋଡ୍ କରି ଏଥିରେ ଯୁଗ୍ମ ସର୍ଭେ କମିଟି ଅ‌ପଲୋଡ୍ କରିଥିବା ସଂଦେହାସ୍ପଦ ପ୍ଲଟର ଫଟୋଚିତ୍ରକୁ ପୁନଃ ଯାଂଚ କରିବେ। ଏହା ପରେ ସଂଦେହାସ୍ପଦ ପ୍ଲଟକୁ ଚାଷୀ ପଂଜିକରଣ କରିଥିବା ପ୍ଲଟ୍ ମଧ୍ୟରୁ ବାଦ୍ ଦିଆଯିବ। ଏବଂ ସେ ଅନୁଯାୟୀ ଚାଷୀଙ୍କୁ ପି-ପାସ୍ (ପାଡି ପ୍ରୋକ୍ୟୁରମେଣ୍ଟ ଅଟୋମେସନ୍ ସିଷ୍ଟମ୍ ) ପ୍ରସ୍ତୁତ କରାଯିବ। ଏ ଅନୁଯାୟୀ ଚାଷୀଙ୍କୁ ଧାନ ବିକ୍ରୀ ପାଇଁ ଟକୋନ ମିଳିବ । ତେବେ ଧାନ କଟା ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଖାଲି ପଡିଥିବା ପ୍ଲଟର ଫଟୋ ଚିତ୍ର ଆସିଲେ ବି କ୍ଷେତ୍ର କର୍ମଚାରୀ ମାନେ କ୍ଷେତ୍ରପରିଦର୍ଶନ ସମୟରେ ପୁଣି ଫଟୋ ଅଫଲୋଡ କରିବେ ଏଥି ପାଇଁ ଚା‌ଷୀ ଚିନ୍ତା ନ କରିବା ପାଇଁ ଡିଆରସିଏସ୍ କାର୍ଯ୍ୟାଳୟରୁ ପକ୍ଷରୁ କୁହାଯାଇଛି। ଯୁଗ୍ମ ଯାଂଚ କରିବା ପାଇଁ ଲ୍ୟାମ୍ପ, କୃଷି ବିଭାଗ ଓ ରାଜସ୍ବବିଭାଗର ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି, ସାଟୋଲଇଟ୍ ସର୍ଭେ ପାଇଁ ସଂଦୋହାସ୍ପଦ ପ୍ଲଟର ବିବରଣୀ ଆସିବା ମାତ୍ରକେ ଯାଂଚ ଆରମ୍ଭ କରାଯିବ ବୋଲି ଡିଆରସିଏସ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।