ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲା ପ୍ରତ୍ୟେକ ବ୍ଲକର ଅଧିକାଂଶ ଗ୍ରାମରେ ପାଣି ସମସ୍ୟା ଲାଗି ରହିଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଯାହାଦ୍ବାରା ଜନସାଧାରଣ ଦୂଷିତ ପାଣି ପିଇ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ।

Advertisment

ଏଭଳି ସମସ୍ୟା ବାରମ୍ବାର ପ୍ରଶାସନର ଦୃଷ୍ଟିକୁ ଆଣାଯାଇଥିଲେ ମଧ୍ୟ କିଛି ବି ସୁଫଳ ମିଳିନି । ପ୍ରଶାସନ କୌଣସି ପଦକ୍ଷେପ ନନେଇ ଚୁପ୍ ହୋଇ ବସିଛି । ଏହାର ସବୁଠୁ ବଡ ଉଦାହରଣ ହେଉଛି  ଜିଲ୍ଲାର ଜାମଦା ବ୍ଲକ ଅନ୍ତର୍ଗତ କଇଁପୁର ଗ୍ରାମର ପୁରାଣ୍ଡି ସାହି । ଉକ୍ତ ଅଞ୍ଚଳରେ ପୂର୍ବରୁ ପାଣିର ବ୍ୟବସ୍ଥା କିଛି ବି ନଥିଲା ।

ଯାହା ସମାଜ ସେବକ ବିକାଶ ନାୟକ ଦ୍ଵାରା ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ଶେଷରେ ଏଠାରେ ପାଇପ ଲାଇନ ବ୍ୟବସ୍ଥା କରାଯାଇଛି । ବଡ଼ ଦୁଃଖ ଏବଂ ପରିତାପର ବିଷୟ ଜଳ ଯୋଗାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବ୍ୟୟରେ କିଛି ମାସ ପୂର୍ବରୁ ପାଇପ ଲାଇନ ବ୍ୟବସ୍ଥା କରାଯାଇଥିଲା ।

କିନ୍ତୁ ସେଠାରେ ପାଇପ ସଂଯୋଗ କରି ଛାଡି ଦେଇଛନ୍ତି । ହେଲେ ନା ଆସୁଛି ପାଣି, ନା ସାହି ବାସିନ୍ଦା ଏହାଦ୍ବାରା ଉପକୃତ ହେଉଛନ୍ତି । 

ଅଧିକ ପଢ଼ନ୍ତୁ: କଳା, ସାହିତ୍ୟ ଓ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାରୁ ୪ ଜଣଙ୍କୁ ‘ପଦ୍ମଶ୍ରୀ’

ଏହା ବ୍ୟତୀତ ନିଘୋଡ଼ ନିଦ୍ରାରେ ଶୋଇଯାଇଛି ବ୍ଲକ୍ ପ୍ରଶାସନ । ଯିଏ ଯେତେ କହିଲେ ବି କେହି ଶୁଣିବାକୁ ନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି । ନଚେତ୍ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟରେ ସାହି ବାସିନ୍ଦା ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ୟୁନୁସ୍ କ୍ଷମତା ଛାଡିଲେ ବାଂଲାଦେଶର ସ୍ଥିତି ସୁଧୁରିବ: ହସିନା ସରକାରଙ୍କ ପୂର୍ବତନ ମନ୍ତ୍ରୀ