କେନ୍ଦ୍ରପଡ଼ା/ମାର୍ଶାଘାଇ: ପ୍ରଶାସନର ଚରମ ଅବହେଳା ପାଇଁ ମାର୍ଶାଘାଇ ଥାନା ଜୁଣଛକସ୍ଥିତ ରୟାଲ ଗାଇଡ୍ ଆବାସିକ କୋଚି˚ ସେଣ୍ଟର୍ରେ ପଢ଼ୁଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଚିକୁ ଓରଫ୍ ଦେବୀପ୍ରସାଦ ଦାସଙ୍କ ମ˚ଗଳବାର ବିଦ୍ୟୁତ୍ ଆଘାତରେ ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି। ଏକମାତ୍ର ମେଧାବୀ ପୁଅକୁ ହରାଇ ବାପା-ମା’ଭା˚ଗି ପଡ଼ିଛନ୍ତି। ସେମାନଙ୍କ ଆଖିରୁ ଲୁହ ଶୁଖୁନି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଏଥିପାଇଁ ଉତ୍ତରଦାୟୀ କେହି ନୁହେଁ? ନୋଟିସ୍ ଜରିଆରେ ସତର୍କ କରିଦିଆଯାଇଥିବା କଥା କହି ବିଦ୍ୟୁତ୍ ବିଭାଗ ତା’ର ଦାୟିତ୍ବ ସାରି ଦେଇଛି। ପୁଲିସ ମାମଲା ରୁଜୁ କରି କୋଚି˚ ସେଣ୍ଟର୍ ପରିଚାଳନା ନିର୍ଦେଶକ ଇ˚. ଚିତ୍ତର˚ଜନ ରଥଙ୍କୁ ଗିରଫ କରି କୋର୍ଟଚାଲାଣ କଲା ସତ, କିନ୍ତୁ କିଛି ସମୟ ପରେ ତାଙ୍କୁ ଜାମିନ୍ ମିଳିଗଲା। ପ୍ରଶାସନ କେବେବି ଥରେ ୧୧କେଭି ତାର ଅତି ପାଖରେ ଯାଇଥିବା ଦୃଷ୍ଟିରୁ କୋଚି˚ ସେଣ୍ଟର୍ କୋଠାରେ ପିଲାମାନେ ରହିବା ସୁରକ୍ଷିତ ନୁହେଁ ବୋଲି ମାଲିକଙ୍କୁ ତାଗିଦ୍ କରିନାହିଁ। ମାଲିକ ବି ବିଦ୍ୟୁତ୍ ବିଭାଗର ଚିଠି ସତ୍ତ୍ବେ ବି ସଚେତନ ହେଲେ ନାହିଁ। ବର˚ ଲାଭଖୋର ମନୋବୃତ୍ତି ନିଶାରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ପିଲାଙ୍କ ସୁରକ୍ଷା ଦିଗ ପ୍ରତି ସ˚ପୂର୍ଣ୍ଣ ଆଖିବୁଜି ଦେଇଥିଲେ। ପରିଣାମ ହେଲା, ମେଧାବୀ ଛାତ୍ର ଚିକୁର ଜୀବନ ଯେତେବେଳେ ପ୍ରଶାସନର ଚରମ ଅବହେଳା ପାଇଁ ଅକାଳରେ ଚାଲିଗଲା, ସେତେବେଳେ ଉତ୍ତରଦାୟିତ୍ବ ନେବାକୁ ନା ବିଦ୍ୟୁତ୍ ବିଭାଗ ନା ପୁଲିସ ନା ବ୍ଲକ୍ ପ୍ରଶାସନ କେହି ବି ରାଜି ନୁହନ୍ତି। ସମସ୍ତେ ଉତ୍ତରଦାୟିତ୍ବ ଖସାଇବାରେ ବ୍ୟସ୍ତ। ଆହୁରି ବିସ୍ମୟର କଥା ହେଉଛି ଯାହାର ପ୍ରତ୍ୟକ୍ଷ ଅବହେଳା ପାଇଁ ନିରୀହ ଚିକୁର ଜୀବନ ଚାଲିଗଲା, ସେହି କୋଚି˚ ସେଣ୍ଟର୍ ମାଲିକ ଇ˚. ରଥଙ୍କୁ ଗିରଫର କିଛି ଘଣ୍ଟା ଭିତରେ ଜାମିନ ମିଳିଗଲା। ସତେଯେମିତି ମେଧାବୀ ଚିକୁର ଜୀବନ ମୂଲ୍ୟହୀନ!
ନିୟମ କହୁଛି ଯଦି କୌଣସି ସ୍ଥାନରେ କୋଚି˚ ସେଣ୍ଟର୍ ଚାଲୁଥାଏ ଅଥବା ପିଲାମାନେ ହଷ୍ଟେଲ୍ରେ ରହୁଥିବେ, ତେବେ ଏହାର ସ˚ପୂର୍ଣ୍ଣ ବିବରଣୀ ସ୍ଥାନୀୟ ଥାନାରେ ରହିବା କଥା। ସ୍ଥାନୀୟ ପୁଲିସ ବି ପିଲା ମାନେ ରହୁଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପୂର୍ବକ ସୁନିଶ୍ଚିତ କରିବ। ଏପରିକି କୋଚି˚ ସେଣ୍ଟର୍ ଚଳାଇବା ପାଇଁ ଜିଲ୍ଲା ପ୍ରଶାସନଠୁ ଅନୁମତି ଆଣିବାର ନିୟମ ବି ରହିଛି। ଏତେ ସବୁ ନିୟମ ରୟାଲ ଗାଇଡ୍ ଆବାସିକ କୋଚି˚ ସେଣ୍ଟର ଖିଲାପ କରିଥିବା ସତ୍ତ୍ବେ ସ୍ଥାନୀୟ ପୁଲିସ ଅଥବା ପ୍ରଶାସନ କେମିତି ଜାଣିପାରିଲା ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି। ୧୧କେଭି ତାର ଯାଇଥିବା ଦୃଷ୍ଟିକୋଣରୁ ବିଦ୍ୟୁତ୍ ବିଭାଗ ଗତ ଅକ୍ଟୋବର ୨୩ତାରିଖରେ କୋଚି˚ ସେଣ୍ଟର୍ ନିର୍ଦେଶକ ଚିତ୍ତର˚ଜନ ରଥଙ୍କୁ ଚିଠି କରି ଚେତାଇଥିଲା।
ନିର୍ମାଣ କାମ ନ କରିବାକୁ ବାରଣ କରିଥିଲା। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଘରଠୁ ଅତି ନିକଟରେ ଯେହେତୁ ତାର ଯାଇଛି ଏବ˚ ପିଲାମାନେ ସେଠାରେ ରହୁଛନ୍ତି, ତେଣୁ ବିଭାଗ କେବୁଲ୍ କଲା ନାହିଁ କାହିଁକି? ଯଦି କେବୁଲ୍ କଲା ନାହିଁ, ତେବେ ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ ଅନ୍ୟତ୍ର ରଖିବାକୁ ମାଲିକଙ୍କୁ ଲିଖିତ ଜଣାଇବାରେ ଅଥବା ଏ ବାବଦରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବାରେ ଅସୁବିଧା କେଉଁଠି ଥିଲା? ସେହିପରି କୋଚି˚ ସେଣ୍ଟର୍ ମାଲିକ ବି ବିଦ୍ୟୁତ୍ ବିଭାଗର ଚିଠି ପରେ ଆବଶ୍ୟକୀୟ ପ୍ରତିକ୍ଷେଧକ ବ୍ୟବସ୍ଥା ନେଲେ ନାହିଁ। ଭୁଲ୍ ଏତିକିରେ ବି ସୀମିତ ନାହିଁ। ସୂଚନା ମୁତାବକ, ଏହି କୋଚି˚ ସେଣ୍ଟର୍ରେ ସମୁଦାୟ ୮୩ପିଲା ରହୁଥିଲେ। ସେମାନଙ୍କ ମଧୢରେ ୪୨ଜଣ ଛାତ୍ରୀ ଥିଲେ। ଗୋଟିଏ କୋଠାରେ ଉଭୟ ଛାତ୍ର ଓ ଛାତ୍ରୀ ରହୁଥିଲେ। ଗୋପିନାଥପୁର ଗ୍ରାମର କୁଞ୍ଜବିହାରୀ ଦାସଙ୍କ ପୁଅ ଚିକୁ ବିଦ୍ୟୁତ୍ ତାର ସ˚ସ୍ପର୍ଶରେ ଆସିବାର ସମୟ ହେଉଛି ମ˚ଗଳବାର ରାତି ପ୍ରାୟ ୧୧ଟା ୨୦ମିନିଟ୍। ଛାତ ଉପରେ ଶୁଖୁଥିବା ନିଜ ପୋଷାକପତ୍ର ଆଣିବାକୁ ଯାଉଥିବା ବେଳେ ଦ୍ବିତୀୟ ମହଲା ବାଲକୋନିର ମାତ୍ର ୧ଫୁଟ୍ ଦୂରରେ ଯାଇଥିବା ବିଦ୍ୟୁତ୍ ତାର ସ˚ସ୍ପର୍ଶରେ ଆସିଯିବାରୁ ତାଙ୍କ ମୃତ୍ୟୁ ହେଲା ବୋଲି କୁହାଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ରାତି ୧୧ଟା ପରେ କିଭଳି ଜଣେ ଛାତ୍ରକୁ ରୁମ୍ରୁ ଛାତ ଉପରକୁ ଯିବାକୁ ଅନୁମତି ଦିଆଗଲା? ସୁରକ୍ଷା ଦାୟିତ୍ବରେ ଥିବା କେୟାରଟେକର୍ କ’ଣ କରୁଥିଲେ? କାହିଁକି ତାଙ୍କୁ ରୁମ୍ରେ ଛାଡ଼ିଲେ? ଏତେ ରାତିରେ ଗୋଟିଏ ପିଲାକୁ ଛାତ ଉପରକୁ ଛାଡ଼ିବା କୋଚି˚ ସେଣ୍ଟର୍ର କୋଉ ଅନୁଶାସନକୁ ସୂଚାଉଛି?
ବର˚ ଏହା ପ୍ରମାଣ କରି ଦେଉଛି ଯେ କୋଚି˚ ସେଣ୍ଟର୍ରେ ସର୍ବନିମ୍ନ ନୀତି ନିୟମ ଅଥବା ଅନୁଶାସନ ବୋଲି କିଛି ନ ଥିଲା। ଛାତ୍ରୀମାନେ ରହୁଥିବା ସତ୍ତ୍ବେ ସୁରକ୍ଷା ଦିଗକୁ ସ˚ପୂର୍ଣ୍ଣ ନଜରଅନ୍ଦାଜ୍ କରାଯାଇ ପିଲା ମାନଙ୍କୁ ଯେ ସ˚ପୂର୍ଣ୍ଣ କଟକଣାମୁକ୍ତ କରି ଛାଡ଼ି ଦିଆଯାଇଥିଲା, ତାହା ଚିକୁର ଜୀବନ ଯିବା ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ମୃତ ଚିକୁଙ୍କ ପିତା କୁଞ୍ଜବିହାରୀ ଦାସ ଅଭିଯୋଗ କରିଛନ୍ତି ଯେ କୋଚି˚ ସେଣ୍ଟର୍ ମାଲିକଙ୍କ ଚରମ ଅବହେଳା ପାଇଁ ଏକମାତ୍ର ପୁଅକୁ ହରାଇଲି। ଏଥିପାଇଁ ସେ ସ˚ପୂର୍ଣ୍ଣ ଦାୟୀ। କିନ୍ତୁ ପୁଲିସ କୋହଳ ଦଫା ଲଗାଇବା କାରଣରୁ ତାଙ୍କୁ ଜାମିନ୍ ମିଳିଗଲା। ଇଏ କି’ ପ୍ରକାର ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଶାସନ ଏହି ଘଟଣାରୁ ବି କିଛି ଶିଖିଲା ଭଳି ମନେ ହେଉନାହିଁ। ଜିଲ୍ଲାରେ ଛତୁ ଫୁଟିଲା ଭଳି କୋଚି˚ ସେଣ୍ଟର୍, ହଷ୍ଟେଲ୍, ଘରୋଇ ସ୍କୁଲ/କଲେଜ ରହିଛି। ଏ ସବୁ ଚାଲିବା ପାଇଁ ସରକାରଙ୍କ ନିର୍ଦ୍ଦିଷ୍ଟ ନିୟମ ବି ରହିଛି। ଏହି ନିୟମକୁ ସୁନିଶ୍ଚିତ କରିବା ଦାୟିତ୍ବ ଜିଲ୍ଲା ପ୍ରଶାସନ ଓ ପୁଲିସର। କିନ୍ତୁ ସର୍ବନିମ୍ନ ମୌଳିକ ସୁବିଧା ତଥା ସୁରକ୍ଷା ବ୍ୟବସ୍ଥା ନ ଥାଇ ଶତାଧିକ ବେଆଇନ ଶିକ୍ଷାନୁଷ୍ଠାନ, ହଷ୍ଟେଲ୍ ଚାଲୁଥିଲେ ବି କେବେ ଏହାର ଯାଞ୍ଚ ହେଉନାହିଁ। ଚିକୁର ଜୀବନ ଯିବା ପରେ ବି ଯଦି ପ୍ରଶାସନ ଏ ଦିଗରେ ତନାଘନା କରିବାକୁ ଉଚିତ୍ ମନେ କରୁନାହିଁ, ତା’ ହେଲେ ଧରିନେବାକୁ ପଡ଼ିବ ଯେ ଆଉ ଏକ ଅଘଟଣକୁ ବୋଧହୁଏ ପ୍ରଶାସନ ଅପେକ୍ଷା କରିଛି!