ସାମ୍ବାଦିକଙ୍କୁ ଦେଖି ଭୟ କାହିଁକି ?

ଜୟପୁର : ଦୀର୍ଘ ୪ବର୍ଷ ପରେ ଆଜି ଜୟପୁର ପୌରପରିଷଦର ପ୍ରଥମ ଉନ୍ନୟନ ବୈଠକ ହୋଇଥିଲା। ତେବେ ବୈଠକରେ ଯୋଗ ଦେବା ପାଇଁ ନିଜେ ପୌରନିର୍ବାହୀ ଅଧିକାରୀ ୱାଟସଅଫ୍ ଗ୍ରୁପ ମାଧ୍ୟମରେ ଅନୁରୋଧ କରିଥିଲେ। ତେବେ ପୌରଅଧ୍ୟକ୍ଷ ବୈଠକ ଆରମ୍ଭ ପର ଠାରୁ ଗଣମାଧ୍ୟମକୁ ବୈଠକରୁ ଦୁରେଇ ରଖିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ବାରବାର ସେ ଫଟୋ ଓ ଭିଡିଓ ଚିତ୍ର ଉତ୍ତୋଳନ କରି ଗଣମାଧ୍ୟମ ପ୍ରତିନିଧି ମାନେ ବାହାରକୁ ଯିବାକୁ କହୁଥିବା ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟ ଠାରୁ ଅଧ ଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ବିଳମ୍ବରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିଲେ। ତାଙ୍କ ଭାଷଣ ସରିବା ପରେ ନବନିର୍ବାଚିତ କାଉନସିଲରଙ୍କ ପରିଚୟପର୍ବ ଚାଳିଥିବା ସମୟରେ ପୌର ଅଧ୍ୟକ୍ଷ ପୁଣିଥରେ ସାମ୍ବାଦିକଙ୍କୁ ଫଟୋ ଉଠାଇ ବାହାରକୁ ଯିବାକୁ କହିଥିଲେ। ଏହାକୁ ନେଇ ସମସ୍ତ ସାମ୍ବାଦିକ ମାନେ ବୈଠକକୁ ବୟକଟ୍ କରି ବାହାରକୁ ପଳାଇ ଆସିଥିଲେ। ଅନ୍ୟ ସମସ୍ତ ସମୟରେ ସାମ୍ବାଦିକଙ୍କର ଆବଶ୍ୟକତା ରହୁଥିବା ବେଳେ ଏଭଳି କଣ ଗୁରୁତ୍ବପୁର୍ଣ୍ଣ ଏବଂ ଗୁପ୍ତ ତଥ୍ୟକୁ ନେଇ ପାରିଷଦ ବୈଠକରେ ଆଲୋଚନା କରିବାର ରହିଥିଲା ଯେ ଗଣମାଧ୍ୟମକୁ ବାହାରକୁ ଯିବାକୁ କୁହାଗଲା। ଏହାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ପ୍ରତିକ୍ରୀୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର