ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ଜଣେ ୩୭ ବର୍ଷୀୟା ବିଧବାଙ୍କୁ ଲିପୁନା ଦାସ ନାମକ ଜଣେ ୨୫ ବର୍ଷୀୟ ଯୁବକ ଯୋର ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ରଣପୁର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ଲିପୁନା ଦାସ ଫେରାର ହୋଇ ଯାଇଛି। ପୂର୍ବରୁ ଝିଅ ବୋହୁଙ୍କୁ କମେଣ୍ଟ ମାରିବା, ଅସଦାଚରଣ କରିବା ନେଇ ଲିପୁନା ନାମରେ ଅଭିଯୋଗ ରହିଛି ବୋଲି ପୁଲିସ କହିଛି।
ମିଳିଥିବା ସୂଚନା ଅନୁଯାୟୀ, ରଣପୁର ଅଞ୍ଚଳର ଏହି ବିଧବା ଜଣକ ନିଜର ଗୋଟିଏ ଝିଅ ଓ ଭୋଟିଏ ପୁଅଙ୍କ ସହିତ ରୁହନ୍ତି। ଗତକାଲି ସନ୍ଧ୍ୟାରେ ସଉଦାପତ୍ର ଆଣିବାକୁ ତାଙ୍କ ପୁଅ ଝିଅ ରଣପୁର ବଜାରକୁ ଯାଇଥିବା ବେଳେ ପୂର୍ବରୁ ସୁଯୋଗ ଅପେକ୍ଷାରେ ଥିବା ରଣପୁର ଏନଏସିର ୧୪ ନମ୍ବର ଓ୍ଵାର୍ଡ(ମଙ୍ଗରାଜପୁର ମୌଜା)ର ଲିପୁନା ବିଧବାଙ୍କ ଘରେ ଯୋର ଜବରଦସ୍ତ ପଶି ଭିତରୁ କବାଟ ଦେଇ ଦେଇଥିଲେ। ପରେ ମହିଳାଙ୍କ ଶତ ବାରଣ ସତ୍ତ୍ୱେ ଲିପୁନା ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ। ଏହି ଘଟଣାରେ ଅତ୍ୟନ୍ତ ଭୟଭିତ ଓ ମ୍ରିୟମାଣ ମହିଳା ଜଣକ ଗତକାଲିି ରାତିରେ ରଣପୁର ଥାନାରେ ପହଞ୍ଚି ସମସ୍ତ ଘଟଣା ଲିଖିତ ଭାବେ ଜଣାଇଛନ୍ତି। ପୁଲିସ ଏ ନେଇ ଲିପୁନା ଦାସଙ୍କ ବିରୋଧରେ ଦଫା ୩୬୫ରେ ୮୨/୨୦୧୮ ନମ୍ବର ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ରଣପୁର: ବିଧବାଙ୍କ ଘରେ ପଶି ଦୁଷ୍କର୍ମ, ଅଭିଯୁକ୍ତ ଫେରାର
/sambad/media/post_attachments/wp-content/uploads/2018/05/Rape_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)