ଲକ୍ଷ୍ମୀପୁର: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅଟୋଚାଳକ ବିଧବାଙ୍କୁ ୪ମାସର ଗର୍ଭବତୀ କରାଇବା ପରେ ଧକ୍କା ଦେଇ ଫେରାର୍ ହୋଇଯିବା ଘଟଣା ଲକ୍ଷ୍ମୀପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଠି କରିଛିା ମହିଳା ଏବେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତିା
ପୁଲିସ ସୁତ୍ରରୁ ପ୍ରକାଶ ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ୩ ଝିଅର ଭରଣପୋଷଣ ସକାଶେ ସ୍ଥାନୀୟ ଅଞ୍ଚଳରେ ବୁଲିବୁଲି ବ୍ୟବସାୟ କରୁଥିଲୋ ଏପରିକି ବ୍ୟବସାୟ କରିବା ସକାଶେ ହାଟ ଗୁଡିକ ବୁଲି ମଧ୍ୟ ବ୍ୟବସାୟ କରୁଥିଲେ। ସେ ବେଳେ ବେଳେ କେସକାପାଡି ଗାଁର ଜଣେ ବିବାହିତ ପୁରୁଷଙ୍କ ଅଟୋରେ ଯିବା ଆସିବା କରିଥାନ୍ତିା
ଅନେକ ଥର ତାଙ୍କ ଅଟୋରେ ଯିବା ଆସିବା ସମୟରେ ଥରେ ନିଛାଟିଆ ସ୍ଥାନରେ ବିବାହିତା ଯୁବକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିଲୋ ଦୁଷ୍କର୍ମ କରିବା ପରେ ବିଧବା ଜଣକ ଥାନାରେ ଦ୍ୱାରସ୍ଥ ହେବି ବୋଲି କହିବା ପରେ ସେ ବିଧବାଙ୍କୁ ଧମକ ଚମକ ଦେବା ସହ ପରବର୍ତ୍ତୀ ମୂହୁର୍ତ୍ତରେ ବିବାହ କରି କି ରଖିବାକୁ ସହମତି କରାଇଥିଲୋ ଏମିତି ଅନେକ ଥର ବିବାହର ପ୍ରତିଶ୍ରୁତି ଦେଇ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ସଂମ୍ପର୍କ ରଖିବା ପରେ ବର୍ତ୍ତମାନ ୪ ମାସର ଗର୍ଭବତୀ ହୋଇଛନ୍ତିା ଅଟୋଚାଳକଙ୍କୁ କହିବା ପରେ ସେ ଆଉ ତାଙ୍କ ସହିତ ସମ୍ପର୍କତ ଦୂରର କଥା ତାଙ୍କ ଘରକୁ ମଧ୍ୟ ଆସିବା ଛାଡିଦେଇଛନ୍ତି ଓ ବର୍ତ୍ତମାନ ଫେରାର୍ ହୋଇଯାଇଛନ୍ତିା