ବଡ଼ସାହି: ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣେ ମହିଳା ଶ୍ରମିକଙ୍କର ଗତକାଲି ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଊର୍ମିଳା ମହାଳିକ। ଗତ ଅଗଷ୍ଟ ୧୩ରେ ସେ ପିକ୍ଅପ୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ସେଦିନ ଦୁର୍ଘଟଣାରେ ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ଜଡ଼ିଦା ଗ୍ରାମର ୫ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇ ଊର୍ମିଳାଙ୍କ ସ୍ୱାମୀ ଶ୍ରୀଧର ମହାଳିକଙ୍କ ସେହିଦିନ ମୃତ୍ୟୁ ଘଟିଥିଲା। ଊର୍ମିଳାଙ୍କର ଗୋଟିଏ ହାତ କଟିଯାଇଥିଲା। ମାସାଧିକ କାଳ ସେ ଚିକିତ୍ସାଧୀନ ରହିବା ପରେ ଆଜି ଆଖିବୁଜି ଦେଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ଗତକାଲି ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ଏବେ ଏହି ଦମ୍ପତିଙ୍କ ୩ ପୁଅଝିଅ ବେସାହାରା ହୋଇଯାଇଛନ୍ତି। ଘରେ ଏବେ କେବଳ ଭିନ୍ନକ୍ଷମ ଜେଜୀମା’ ହିଁ ସାହାଭରସା। ଖବର ପାଇ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ମୃତକଙ୍କ ଘରେ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ସ୍ୱାମୀଙ୍କ ପରେ ଆଖିବୁଜିଲେ ସ୍ତ୍ରୀ
ପିକ୍ଅପ୍ ଓଲଟି ୫ ଶ୍ରମିକ ମୃତ୍ୟୁ ଘଟଣା
/sambad/media/post_attachments/wp-content/uploads/2017/10/dead-body-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)