ଯାଜପୁର: ବାଇକକୁ ଧକ୍କା ଦେଲା ବୋଲେରୋ, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକ ନିକଟରେ ଏକ ବାଇକ ସହ ବୋଲେରୋ ର ମୁହାଁମୁହିଁ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ସ୍ୱାମୀଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୂତରହେବାରୁ ତାଭ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।। ଏହି ଘଟଣାକୁ ନେଇ ସେଠାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଦାନଗଦି ବ୍ଲକ୍‌ ବେଙ୍ଗପାଟିଆ ଗାଁର ସ୍ୱାମୀସ୍ତ୍ରୀ ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ଦୃତଗତିରେ ସାମନା ପଟୁ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ବାଇକ୍‌ ପଛରେ ବସିଥିବା ମହିଳାଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର