ନୂଆଁପଡ଼ା: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଫେରାର

ନୂଆଁପଡ଼ା/ଭୁବନେଶ୍ୱର: ଖଡ଼ିଆଲ ଥାନା ଅନ୍ତର୍ଗତ ସୁନାରୀସିକୁଆଁ ଗାମରେ ଗୁରବାର ଉତ୍ତେଜିତ ସ୍ୱାମୀ ମୋତିଲାଲ ଛତ୍ରିଆ ନିଜର ଧର୍ମପତ୍ନୀ ବାସନ୍ତୀ ଛତ୍ରିଆଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛି। ପାରିବାରିକ କହଳକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏଥିରେ ସ୍ୱାମୀ ଉତ୍ତେଜିତ ହୋଇ ସ୍ତ୍ରୀକୁ ଟାଙ୍ଗିଆର ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ବାସନ୍ତୀର ମୃତ୍ୟୁ ଘଟିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିବା ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୁଲିସ ମୃତଦେହ ଜବତ କରିବାର ପରେ ପୋଷ୍ଟମର୍ଟମ ପାଇଁ ହସ୍କପିଟାଲ ପଠାଇ ଘଟଣାର ତଦନ୍ତ କରୁଛି।

ଅନ୍ୟ ଏକ ଘଟଣାରେ ଆଜି ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ଜମଲୋଇ ଗ୍ରାମରେ ଗୁରୁବାର ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଜମିବାଡ଼ିକୁ କେନ୍ଦ୍ର କରି ଦାଦା ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୦) ଏବଂ ପୁତୁରା ଭାଗବତିଆ ଦେହୁରୀ(୪୦)ଙ୍କ ମଧ୍ୟରେ କିଛି ଦିନ ହେବ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ଗଣ୍ଡଗୋଳ ଆଜି ଭୟଙ୍କର ରୂପ ନେଇଥିଲା। ଦାଦା ପୂର୍ଣ୍ଣଚନ୍ଦ୍ର ପୁତୁରା ଭାଗବତିଆଙ୍କ ଉପରେ ଉତ୍ତେଜିତ ହୋଇ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଭାଗବତିଆଙ୍କ ପେଟରେ ଟାଙ୍ଗିଆ ଚୋଟ ଲାଗିବାରୁ ସେଠାରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର