କଟକ: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ରାମଚଣ୍ଡି ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା। ସ୍ୱାମୀଙ୍କୁ ହାତଗୋଡ଼ ବାନ୍ଧି ତାଙ୍କୁ ପିଟିପିଟି ହତ୍ୟା କରିଛି ପତ୍ନୀ। କେବଳ ସେତିକି ନୁହେଁ, ସ୍ୱାମୀଙ୍କ ଆଖିକୁ ମଧ୍ୟ ତାଡି ଦେଇଛି ନୃଶଂସ ପତ୍ନୀ। ପରେ ଖସିଯିବାକୁ ଉଦ୍ୟମ କରୁଥିବା ପତ୍ନୀଙ୍କୁ ଗ୍ରାମବାସୀ ମାନେ ଅଟକ ରଖିବା ସହିତ ପୁଲିସକୁ ଖବରଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପଞ୍ଚନାମା କରି ବ୍ୟବଛେଦ ପାଇର୍ ପଠାଇବା ସହିତ ଅଭିଯୁକ୍ତା ପତ୍ନୀଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ରାମଚଣ୍ଡି ଗ୍ରାମର ଗଜେନ୍ଦ୍ର ସାହୁ(୪୩ ବର୍ଷ) ପତ୍ନୀ କୁଟୁମ ସାହୁ(୩୭ ବର୍ଷ) ଓ ଦୁଇ ପୁଅଙ୍କ ସହିତ ରୁହନ୍ତି। ତେବେ ବିଭିନ୍ନ କାରଣରୁ ବହୁ ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ ଓ ପତ୍ନୀ କୁଟୁମ ସ୍ୱାମୀଙ୍କୁ ମାଡ଼ ମାରନ୍ତି। ଗତକାଲି ରାତିରେ କୌଣସି କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ପତ୍ନୀ କୁଟୁମ ଏକ ରଶିରେ ସ୍ୱାମୀ ଗଜେନ୍ଦ୍ରଙ୍କ ହାତଗୋଡ଼ ବାନ୍ଧିି ନିର୍ଧୁମ ପିଟି ପିଟି ମାରି ଦେଇଥିଲେ। ଏପରିକି ଗଜେନ୍ଦ୍ରଙ୍କୁ ରକ୍ଷା କରିବାକୁ ଆସିଥିବା ତାଙ୍କ ୧୧ ବର୍ଷର ପୁଅକୁ ମଧ୍ୟ ମାଡ଼ ମାରିଥିଲେ କୁଟୁମ।
କଟକ: ସ୍ୱାମୀଙ୍କ ହାତଗୋଡ଼ ବାନ୍ଧି ପିଟିପିଟି ମାରିଦେଲା ସ୍ତ୍ରୀ, ଆଖିକୁ ବି ତାଡ଼ି ଦେଲା
/sambad/media/post_attachments/wp-content/uploads/2018/03/ctc-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)