ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଧୀନ ଅଙ୍ଗାରଗାଁ ପଞ୍ଚାୟତ ଗିଲିଣ୍ଡା ରାସ୍ତା ବିଲମାଳରେ ଥିବା ଏକ କୂଅ ଭିତରୁ ଗତ ଜାନୁଆରି ୨୯ ତାରିଖରେ ଅଙ୍ଗାରଗାଁ ହରିଜନ ସାହିର ଗରିବ ଦାଶ (୩୭)ଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପଛର ଚାଞ୍ଚଲ୍ୟକର ରହସ୍ୟ ଉପରୁ ପୁଲିସ ପରଦା ହଟାଇଛି। ଏତଲାକାରୀ ପତ୍ନୀ ସୁଦେଷ୍ଣା ହିଁ ହତ୍ୟାକାରୀ ଓ ସେ ତାଙ୍କ ପ୍ରେମିକ ପଙ୍କଜ ଜେନାଙ୍କ ସହ ମିଶି ଗରିବଙ୍କୁ ପଥର ଛେଚି ହତ୍ୟା କରିଥିଲେ। ପରେ ଶବକୁ କୂଅରେ ଫୋଫାଡ଼ି ଦେଇଥିଲେ ବୋଲି ପୁଲିସ କହିଛି।
ଆଜି ସୁଦେଷ୍ଣା ଓ ପଙ୍କଜ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠୁ ହତ୍ୟାରେ ବ୍ୟବହୃତ ପଥର ଓ ମୃତକଙ୍କ ମୋବାଇଲ୍ ଜବତ ହୋଇଛି। କେସ୍ ନମ୍ବର ୯୯/୨୦୨୩ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଘଟଣା ଦିନ ସୁଦେଷ୍ଣା ଓ ପଙ୍କଜ ରାତିତମାମ କଥା ହୋଇଥିବା ମୋବାଇଲ୍ କଲ୍ ରେକର୍ଡ଼ରୁ ଜଣାପଡ଼ିଛି। ଫଳରେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୁଲିସ ସୂଚନା ଦେଇଛି। ମୃତକଙ୍କ ପତ୍ନୀ ସୁଦେଷ୍ଣାଙ୍କ ଏତଲା କ୍ରମେ କେସ୍ ନମ୍ବର ୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ତେବେ ପାଖାପାଖି ଦୁଇମାସ ପରେ ଗରିବଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି। ଆଉ କିଏ ନୁହେଁ, ବରଂ ପତ୍ନୀ ସୁଦେଷ୍ଣା ହିଁ ତାଙ୍କ ପ୍ରେମିକଙ୍କ ସହ ମିଶି ଗରିବଙ୍କୁ ହତ୍ୟା କରିବାକୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ। ଯୋଜନାକୁ ରୂପ ଦେବାରେ ଉଭୟ ସଫଳ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/love-murder.jpg)