ବନମାଳିପୁର ଗ୍ରାମରେ ଚାଞ୍ଚଲ୍ୟ, ସ୍ୱାମୀଙ୍କୁ ମାରି ବାଉଁଶ ବୁଦା ମୂଳେ ପକାଇଥିଲା ସ୍ତ୍ରୀ, ଘଟଣାସ୍ଥଳରେ ପଡିଛି  ଖପୁରୀ, ହାଡ଼

ବାଲିପାଟଣା : ବାଲିପାଟଣା ଥାନା  ବନମାଳିପୁର ଗ୍ରାମର ନିଧିରାମ ଗିରି(୪୮)ଙ୍କୁ ତାଙ୍କ ପତ୍ନୀ ଲିଲି ଗିରି ମାରି ପୋଡ଼ିଦେଇଥିବା ଆଜି ସ୍ୱୀକାର କରିଛି  । ଗତ ସେପ୍ଟେମ୍ବର ମାସ ୧୨ ରୁ ନିଧିରାମ ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ମିଳିନଥିଲେ । ଆଜି ଗ୍ରାମବାସୀଙ୍କୁ ଡାକି ସ୍ୱୀକାର କରିଥିଲେ ପତ୍ନୀ ଲିଲି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ , ଏହି ଗ୍ରାମର ଘନ ଗିରିଙ୍କ ସାନ ପୁଅ ନିଧିରାମ ଗିରି ଭୁବନେଶ୍ୱର ୧ ନମ୍ବର ମାର୍କେଟରେ ଫିନାଇଲ ବେପାର କରନ୍ତି । ସେହି ଗ୍ରାମର ସ୍ବର୍ଗତ ଆର୍ତ୍ତତ୍ରାଣ ଜେନା ଓରଫ ଆନନ୍ଦ ଚନ୍ଦ୍ର ଦାସଙ୍କ  ସାନ ଝିଅ ଲିଲି ପୂର୍ବରୁ ବଳଙ୍ଗା ଥାନା ଅଞ୍ଚଳରେ ବିବାହ କରିଥିଲେ । ଲିଲିଙ୍କ ପ୍ରଥମ ସ୍ୱାମୀଙ୍କ ୨ ଝିଅ ଥିଲେ ।  ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ଗାଁକୁ ଆସି ୨ ଝିଅଙ୍କ ସହିତ ଲିଲି ରହିଲେ  । କିଛି ଦିନପରେ ନିଧିଙ୍କ ସହିତ ସମ୍ପର୍କ ହୋଇଥିଲା । ନିଧି ଲିଲିଙ୍କ ୨ ଝିଅ ସହିତ ସେହି ଗ୍ରାମରେ ଘର କରି ପରିବାର ଠାରୁ ଅଲଗା ହୋଇ ରହିଲେ । ଲିଲିଙ୍କ  ୨ ଝିଅଙ୍କୁ ବିବାହ କରାଇଥିଲେ ନିଧି । ନିଧିଙ୍କ ୨ ବିବାହିତ ଝିଅ ଏବଂ ନାବାଳକ ପୁଅ ଅଛନ୍ତି । ନିଧି ନିଜ ଝିଅଙ୍କୁ ମଧ୍ୟ ବିବାହ କରାଇସାରିଛନ୍ତି । ତେବେ ଅଧିକାଂଶ ସମୟରେ ନିଧି ଓ ଲିଲିଙ୍କ ମଧ୍ୟରେ ଝଗଡା ହୁଏ । ନିଧିରାମ ୩ ମାସ ହେବ ନିଖୋଜ ଥିଲେ । ପଡୋଶୀ ବହୁ ଖୋଜା ଖୋଜି କରି ପାଇ ନ ଥିଲେ । ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ ନିଖୋଜ ସମ୍ପର୍କରେ ଜାଣି ନଥିବା କହୁଥିଲେ । ହେଲେ ଆଜି ସନ୍ଧ୍ୟା ରେ ଗ୍ରାମର କିଛି ବ୍ୟକ୍ତିଙ୍କୁ ଡାକି ସ୍ୱାମୀଙ୍କୁ ମାରିଥିବା ସ୍ୱୀକାର କରିଥିଲା ପତ୍ନୀ ଲିଲି । ପତ୍ନୀ ଲିଲିଙ୍କ ସୂଚନା ଅନୁସାରେ, ଉକ୍ତ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।  ରାଗିଯାଇ ଲୁହା ହେମଦସ୍ତାରେ ନିଧିଙ୍କ ମୁଣ୍ଡକୁ ଛେଚି ଦେଇଥିଲା ଲିଲି  । ରକ୍ତ ଜୁଡୁବୁଡୁ ମୃତ ଦେହକୁ ଘରେ କିଛି ଦିନ ଲୁଚାଇ ରଖିଥିଲା । ବାଡ଼ି ପଛ ବାଉଁଶ ବୁଦା ମୂଳେ ପୋଡି ଦେଇଥିଲା । ଆଜି ଘଟଣା ସମ୍ପର୍କରେ  ଲିଲି ସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର