ପ୍ରତିଶ୍ରୁତି ହିଁ ପାଲଟିଛି ଭିନ୍ନକ୍ଷମଙ୍କ ସହାନୁଭୂତି: ରୋଗିଣା ସ୍ତ୍ରୀ, ବୃଦ୍ଧା ମାଁ ଓ ଦୁଇ ପୁଅ ଝିଅଙ୍କୁ ଆହାର ଯୋଗାଇବାରେ ଅସମର୍ଥ ଭିନ୍ନକ୍ଷମ ନିଳାମ୍ବର

ନା ଅଛି ଭତ୍ତା ନା ଅଛି ଘର, ପର ଆଶ୍ରାରେ ଚଳୁଛନ୍ତି ପାଞ୍ଚଜଣ ପ୍ରାଣୀ 

ଭବାନୀପାଟଣା: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଯୋଜନା ସବୁ କିଭଳି ତୃଣମୂଳ ସ୍ତରରେ ପହଞ୍ଚିବ ଓ ଗରିବ ଲୋକେ ଏହାର ଲାଭବାନ ହେବେ ସେ ନେଇ ଅଧିକାରୀ ମାନଙ୍କୁ ନିୟୋଜିତ କରିଛନ୍ତି । ନିର୍ବାଚିତ ପ୍ରତିନିଧି ଠାରୁ ଆରମ୍ଭ କରି ଅଧିକାରୀ ମାନଙ୍କ ଲାଭଖୋର ମନୋଭା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ଅନେକ ଗରିବ ଭୁନ୍ନକ୍ଷମ ଲୋକ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଦେପୁର ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିଗୁଡା ଗ୍ରାମର ନିଳାମ୍ବର ଧଙ୍ଗଡାମାଝୀ(୩୫)ଙ୍କ ପାଞ୍ଚ ଜଣଙ୍କୁ ନେଇ ଏକ ତେଳ ଳୁଣର ସସାଂର ଅଟେ । ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ନେଇ ନିଜ ଗୁଜୁରାଣ ମେଣ୍ଟାଇ ଆସୁଥିବା ଉପାର୍ଜନ କ୍ଷମ ମଣିଷ ବର୍ଷେ ହେବ ନିଃସହାୟ ପରଆଶ୍ରିତ । ଦୁଇ ନାବାଳକ ପୁଅ ଝିଅ, ରୋଗିଣା ସ୍ତ୍ରୀ ଓ ୭୦ ବର୍ଷୀୟ ବିଧବା ବୃଦ୍ଧା ମା ଙ୍କୁ ନେଇ ନିଜ ଉପାର୍ଜନ ପାଇଁ ଅକ୍ଷମତା କାରଣ ରୁ ଦୁର୍ବିସହ ହୋଇ ପଡିଛି ଜୀବନ ଆଉ ଜୀବିକା ।

ନିଳାମ୍ବର ବୃତ୍ତି ରେ ଜଣେ ଘରୋଇ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଅନେକ ଦିନରୁ ସେ ବିଭିନ୍ନ ଘରୋଇ ସଂସ୍ଥାରେ ରହି ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଗତ ୨୦୧୯ ମସିହା ମେ ମାସରେ ଭବାନୀପାଟଣା କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥ ର କୋକୋମୁଣ୍ଡା ଠାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ଯୋଗୁଁ ନିଳାମ୍ବର ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ହେଲେ ବୋଲେରୋ ଓ ହାଇବା ମୁହାଁମୁହିଁ ଧକ୍କା ଯୋଗୁଁ ଅତି ଗୁରୁତର ଭାବେ ଆହତ ହୋଇ ନିଜ ଡାହାଣ ହାତକୁ ସମ୍ପୂର୍ଣ୍ଣ ରୂପେ ହରେଇ ବସିଥିଲେ।

ନିଳାମ୍ବର ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ସୁଦ୍ଧା ଏବେ ଗୋଟାଏ ହାତ ହରେଇ ଭିନ୍ନକ୍ଷମ ଭାବେ ଚାରି ପ୍ରାଣୀ କୁଟୁମ୍ବଙ୍କୁ ନେଇ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି । ହାତ ହରେଇବା ପରେ ମେହନତ ମଜଦୂରୀ କାମ ପାଇଁ ଅସମର୍ଥ ହୋଇପଡିଥିବା ବେଳେ ଏତେବଡ ପରିବାର କୁ ତେଲଲୁଣ ଯୋଗାଇବା କଷ୍ଟକର ହୋଇ ପଡୁଛି । ଘର ମୁରବିଙ୍କ ଏଭଳି ଅବସ୍ଥା ଦେଖି ପରିବାର ଲୋକେ ଏବେ ଅସହାୟରେ ଦିନ କାଟୁଛନ୍ତି । ନିଳାମ୍ବର ଦିବ୍ୟାଙ୍ଗ ପ୍ରମାଣ ପତ୍ର ଟିଏ ପାଇଥିଲେ ମଧ୍ୟ ଦିବ୍ୟାଙ୍ଗ ଭତ୍ତା, ଆବଶ ଗୃହ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି ।

ଜୀବିକା ନିର୍ବାହ ପାଇଁ ଓଡିଶା ଜୀବିକା ମିଶନ ର ସହାୟତା ପାଇଁ ଗୁହାରି କଲେ ମଧ୍ୟ ସହାୟତା ପରିବର୍ତ୍ତେ ସରକାରୀ ଆଶ୍ୱାସନା ଓ ପ୍ରତିଶ୍ରୁତି ମିଳୁଥିବା ନେଇ ସାଧାରଣରେ ଭାଙ୍ଗିପଡିଛନ୍ତି ପରିବାର । ବର୍ଷେ ହେଲା ସରକାରୀ ସହାୟତା କୁ ଚାତକ ପରି ଚାହିଁ ରହିଥିଲେ ମଧ୍ୟ ସରକାରୀ ସହାୟତା ତାଙ୍କ ପାଇଁ ସାଜିଛି ଏକ ପ୍ରତିଶ୍ରୁତି ମାତ୍ର । ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଏହି ନିରୀହ ଅସହାୟ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ମଧ୍ୟରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର