ଭଞ୍ଜନଗର: ଗଂଜାମ ଭଞ୍ଜନଗର ଥାନା କୁଲାଡ଼ ଗ୍ରାମରେ ସ୍ବାମୀଙ୍କୁ ପ‌ୋଡ଼ି ହତ୍ୟା କରିବା ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ପତ୍ନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମଙ୍ଗଳବାର ଦିନ କୁଲାଡ଼ ଗ୍ରାମର ପ୍ରଫୁଲ୍ଲ କୁମାର ସାବତ(୭୦)ଙ୍କୁ ତାଙ୍କ ପତ୍ନୀ କିରୋସିନ ଢାଳି ପୋଡ଼ିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ପ୍ରଫୁଲ୍ଲଙ୍କୁ ପ୍ରଥମେ ଭଞ୍ଜନଗର ଓ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ‌ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ‌ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପ୍ରଫୁଲ୍ଲଙ୍କ ପତ୍ନୀ ପ୍ରମିତାକୁ ପୁଲିସ ଆଜି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି। ପ୍ରଫୁଲ୍ଲଙ୍କ ପ୍ରଥମ ପତ୍ନୀର ପୁଅ ପ୍ରଦୀପ ସାବତଙ୍କ ଏତଲା କ୍ରମେ କେସ୍‌ ନମ୍ବର ୨୬୦ରେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଶ୍ରୀ ଦାସ କହିଛନ୍ତି।