ଖଇରା:ବାହା ହେବା ପାଇଁ କେବଳ ପ୍ରତିଶ୍ରୁତି ଦେଇ ନ ଥିଲେ, କୋର୍ଟରେ ବିବାହ ମଧ୍ୟ କରିଥିଲେ। ପରେ ମନ୍ଦିରରେ ମଥାରେ ସୁନ୍ଦୁର ପିଧାଇ ପତନୀ ଭାବେ ଗ୍ରହଣ କରିଥିଲେ। ମାତ୍ର ବିବାହ ପରେ ଜଣେ ଯୁବତୀଙ୍କୁ ନେଇ ୧୦ ମାସ ବାହାରେ ରହିବା ପରେ ପୁଣି ଥରେ ଅନ୍ୟ ଏକ ଯୁବତୀଙ୍କୁ ବିବାହ ଉଦ୍ୟମ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏ ନେଇ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଯୁବତୀ ଜଣକ ଲିଖିତ ଅଭିଯୋଗ କରିବା ପରେ ବାହା ହେବା ପାଇଁ ଆଜି ବରବେଶ ସାଜି କନିଆ ଘରକୁ ଯିବାକୁ ସମସ୍ତ ପ୍ରସ୍ତୁତି କରି ସାରିଥିବା ଯୁବକ ଜଣକ ଘର ଛାଡ଼ି ଫେରାର ଯାଇଛନ୍ତି ।ଅପରପକ୍ଷେ ନିଜ ଅଧିକରେ ସାବ୍ୟସ୍ତ କରିବା ପାଇଁ ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କ ଘର ଆଗରେ ବସି ରହିଛନ୍ତି।
/sambad/media/post_attachments/wp-content/uploads/2018/07/marriage-1-300x172.jpg)
ଖଇରା ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଗନଧୁଳି ପଞ୍ଚାୟତର ମଲ୍ଲିକାପୁର ଗାଁର ସୁବାସ ମହାରଣା(୨୩ ବର୍ଷ) ସେହି ଗ୍ରାମର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଭଲ ପାଉଥିଲେ। ପ୍ରାୟ ୧୦ ମାସ ତଳେ ଉଭୟ ଭଦ୍ରକ କୋର୍ଟରେ ବିବାହ କରିବା ସହିତ ଏକ ମନ୍ଦିରରେ ବରଣମାଳା ଅଦଳବଦଳ କରି ବିବାହ କରିଥିଲେ। ପରେ ସେମାନେ ଗାଁ ଛାଡ଼ି ଅନ୍ୟତ୍ର ସ୍ୱାମୀସ୍ତ୍ରୀ ଭାବେ ଯାଇ ରହିଥିଲେ। ଗତ କିଛି ଦିନ ହେବ ଉଭୟ ଗାଁକୁ ଫେରିଥିଲେ। ବିଧି ମୁତାବକ ବିବାହ ହେବ ବୋଲି କହି ଯୁବକଜଣକ ଯୁବତୀଙ୍କୁ ତାଙ୍କ ବାପଘରେ ଛାଡ଼ିଥିଲେ। ତେବେ ଇତିମଧ୍ୟରେ ଯୁବକଙ୍କୁ ତାଙ୍କ ପରିବାର ଅନ୍ୟତ୍ର ବିବାହ କରିଦେବେ ବୋଲି ଯୋଜନା କରି ସମସ୍ତ ବ୍ୟବସ୍ଥା କରିଥିଲେ। ବିବାହ ପାଇଁ ଆଜି ଅର୍ଥାତ ୨୦ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା। ବିବାହ ପାଇଁ ଗତକାଲି ଯୁବକଙ୍କ ଘର ଆଗରେ ଟେଣ୍ଟ ବନ୍ଧାବନ୍ଧିି ହେବା ସହିତ ଘର ଆଗରେ ଶୁଭବିବାହ ଚିତ୍ର ଅଙ୍କା ଯାଇଥିଲା। ଏହା ଜାଣିବା ପରେ ଯୁବକ ଜଣକ ତାଙ୍କୁ ଧୋକ୍କା ଦେଇଛନ୍ତି ବୋଲି ଯୁବତୀ ଜଣକ ଅନୁଭବ କରି ଏ ନେଇ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଯୁବତୀଙ୍କ ଲିଖିତ ଅଭିଯୋଗ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଭିଯୁକ୍ତ ସୁବାସ ମହାରଣା କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି। ଅପରପକ୍ଷେ ନିଜକୁ ଘରର ବୋହୂ ବୋଲି ଦାବି କରି ନ୍ୟାୟ ପାଇଁ ସମ୍ପୃକ୍ତ ଯୁବତୀ ଯାଇ ସୁବାସଙ୍କ ଘର ଆଗରେ ଧାରଣାରେ ବସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Khaira_Husband-Second-Marriage-Planning_Thumbnail-1.jpg)