କେନ୍ଦ୍ରାପଡ଼ା: ଜିଲ୍ଲାରେ ଆତଙ୍କ ଖେଳାଇଥିବା ଏକ ଅନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ୍‌କୁ କେନ୍ଦ୍ରାପଡ଼ା ପୁଲିସ ଧରିବାରେ ସଫଳ ହୋଇଛି। ଏହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ ତନ୍ତିଆପାଳ ଥାନା କାକଟପୁର ଗ୍ରାମରେ ଗୃହକର୍ତ୍ତାଙ୍କୁ ହାଣି ଡକାୟତି କରିବା ସହିତ ନିକିରାଇ ଥାନା ଚାରିଗାଁର ଜଣେ ବ୍ୟକ୍ତିଙ୍କ ଘରୁ କଳାକନା ବୁଲାଇ ଦେଇଥିଲେ। ପୁଲିସ ଏହି ଦୁଇ ଘଟଣାରେ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ତ୍‌ ଜଗତସି˚ହପୁର ତିର୍ତ୍ତୋଲ ଥାନା ବାଲିପାଟଣା ଗ୍ରାମର ଲିପୁ ଓରଫ୍‌ ସୁଶାନ୍ତ ସାହୁ(୩୧)ଙ୍କ ସମେତ ୧୮ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ମଧୢରୁ ୧୧ଜଣ ପ୍ରତ୍ୟକ୍ଷ ଭାବେ ଅପରାଧ ଭିଆଇଥିବା ବେଳେ ଅନ୍ୟ ସାତ ଜଣ ଚୋରି ସୁନା ଗହଣା କିଣି ଫସିଛନ୍ତି। ପୁଲିସ ସେମାନଙ୍କଠାରୁ ୧୩୪.୫ଗ୍ରାମ ସୁନା, ୩୧୪.୫ଗ୍ରାମ ରୁପା, ନଗଦ ୯୧ହଜାର ୫୦୦ଟଙ୍କା ସମେତ ବ୍ୟବହୃତ ଗୋଟିଏ କାର‌୍‌, ଗୋଟିଏ ବୁଲେଟ୍‌, ତିନିଟି ବାଇକ୍‌, ଗୋଟିଏ ଗୁଳିଭରା ପିସ୍ତଲ, କ୍ୟାଟ୍ରିଜ୍‌, ୩ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ହେଲମେଟ୍‌, ଦୁଇଟି ଭୁଜାଲି, ଗୋଟିଏ ଲୁହା ରଡ୍‌, ଜୋତା ଜବତ୍‌ କରିଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସ୍‌ପି ମଦକର ସନ୍ଦୀପ ସ˚ପଦ ସୂଚନା ଦେଇଛନ୍ତି।
ଗତ ଏପ୍ରିଲ୍‌ ୮ ଓ ୯ତାରିଖ ରାତିରେ ଏହି ଘଟଣା ଘଟିଥିଲା। ୮ ତାରିଖ ବିଳମ୍ବିତ ରାତିରେ ନିକିରାଇ ଥାନା ଚାରିଗାଁର ଭାବଗ୍ରାହୀ ମହରଣାଙ୍କ ଘରେ ଅପରାଧୀ କଳାକନା ବୁଲାଇ ଦେଇଥିଲେ। ଅଭିଯୋଗକାରୀ ଶ୍ରୀ ମହାରଣା ଘରେ ତାଲା ମାରି ଅସୁସ୍ଥ ପିତାଙ୍କୁ ଭୁବନେଶ୍ବର ନେଇ ଯାଇଥିବା ବେଳେ ୮ତାରିଖ ବିଳମ୍ବିତ ରାତିରେ ତାଙ୍କ ଘରେ ପଶି ଅପରାଧୀମାନେ ଆଲମାରି ଓ ବାକ୍ସ ଭା˚ଗି ସୁନା ଚେନ୍‌, ୧୦ଟି ସୁନା ମୁଦି, ୩ଟି ସୁନା ହାର, ୫ଟି ମ˚ଗଳସୂତ୍ର, ନଗଦ ୫୦ହଜାର ଟଙ୍କା ସମେତ ୫୦ଟି ଶାଢ଼ି ଚୋରି କରି ନେଇଥିଲେ। ପରଦିନ ୯ତାରିଖ ରାତି ପ୍ରାୟ ୧ଟା ବେଳେ ତନ୍ତିଆପାଳ ଥାନା କାକଟପୁର ଗ୍ରାମରେ ବଡ଼ଧରଣର ଡକାୟତି ହୋଇଥିଲା। ଗୃହକର୍ତ୍ତା କାର୍ତ୍ତିକ ସ୍ବାଇଁ, ଭାଇ ସୁବାସଙ୍କୁ ହାଣି ଛଅ ଅପରାଧୀ ତାଙ୍କ ଘରୁ ନଗଦ ୧ଲକ୍ଷ ୬୦ହଜାର ଟଙ୍କା ସମେତ ଦୁଇଟି ସୁନା ହାର, ୬ଟି ସୁନା ଚେନ୍‌, ୯ଟି ସୁନା ଲକେଟ୍‌, ୮ହଜାର ସୁନା ଶଙ୍ଖା, ୧୨ଟି ସୁନା ମୁଦି, ଗୋଟିଏ ମଥାମଣି, ୨ଟି ସୁନା ବ୍ରେସଲେଟ୍‌, ଗୋଟିଏ ହଳ ଲେଖାଏଁ କାନଫୁଲ ଓ ମ˚ଗଳସୂତ୍ର ସମେତ ଗୋଟିଏ ଲେଖାଏ ରୁପା ଥାଳି, ଚାମଚ ଓ ଗ୍ଲାସ୍‌ ଲୁଟି ନେଇଥିଲେ। ମାତ୍ର ଫେରାର‌୍‌ ହେଉଥିବା ବେଳେ ଗ୍ରାମବାସୀ ଦୁଇ ଅପରାଧୀ ସେକ୍‌ ଲତିଫ୍‌ ଓ ସେକ୍‌ ଫିରୋଜକୁ ମାଡ଼ି ବସି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ। ପୁଲିସ ଉଭୟଙ୍କୁ ଜେରା କରି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ତ୍‌ ଲିପୁ ବୋଲି ଜାଣିବାକୁ ପାଇଥିଲା।

Advertisment

ଏହାପରେ ଜଣକ ପରେ ଜଣ କରି ପୁଲିସ ଲିପୁ ସମେତ ଅନ୍ୟ ଅପରାଧୀ ଏବ˚  ସୁନା କିଣିଥିବା ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଥିଲା। ତନ୍ତିଆପାଳ ଡକାୟତି ଘଟଣାରେ ପୁଲିସ ମାଷ୍ଟରମାଇଣ୍ତ୍‌ ଲିପୁ ସହିତ ମାର୍ଶାଘାଇ ଥାନା ବଡ଼ପାଳ ଗ୍ରାମର ପର୍ଶୁରାମ ରାଉତଙ୍କ ପୁଅ ଚିଣ୍ଟନ ଓରଫ୍‌ ଭକ୍ତିପ୍ରସାଦ ରାଉତ(୨୨), ମହାକାଳପଡ଼ା ଜଗତି ଗ୍ରାମର ପ୍ରମୋଦ ମଲ୍ଲିକଙ୍କ ପୁଅ ପ୍ରତାପ ଚନ୍ଦ୍ର ମଲ୍ଲିକ(୨୨), ଟାଉନ ଥାନା ଗୌଡ଼ଗୋପ ଗ୍ରାମର ସେକ୍‌ ସାଜିଦ୍‌ଙ୍କ ପୁଅ ସେକ୍‌ ଲତିଫ୍‌(୩୪), ସଦର ଥାନା ଖସାପଡ଼ିଆ ଗ୍ରାମର କେଦାର ସାହୁଙ୍କ ପୁଅ ପାକନ ଓରଫ୍‌ ଜୟଦେବ ସାହୁ(୨୫),  ହଳିଦିଆ ଗ୍ରାମର ଜାହିର‌୍‌ ଖାନଙ୍କ ପୁଅ ଜାକିର ଖାନ୍‌(୩୭), ପାଟକୁରା ଥାନା କଳାବୋଦା ଗ୍ରାମର ବରଦା ପ୍ରସନ୍ନ ଦାସଙ୍କ ପୁଅ ବିମଳ ପ୍ରସାଦ ଦାସ(୨୮) କଟକ ଲାଲବାଗ ଥାନା କାଳିଗଳିର ସେକ୍‌ ତାହିର‌୍‌ଙ୍କ ପୁଅ ସେକ୍‌ ଫିରୋଜ୍‌(୩୦), ଗଞ୍ଜାମ କୁହୁଡ଼ି ଗ୍ରାମର ମୁନା ଓରଫ୍‌ କେଦାର ଦୋରା(୩୭)ଙ୍କୁ ଗିରଫ କରିଥିବା ବେଳେ ନିକିରାଇ ଚାରିଗାଁ ଚୋରି ଘଟଣାରେ ଚାଞ୍ଚୁଣିଆ ଗ୍ରାମର ଅଜୟ ସେଠୀଙ୍କ ପୁଅ ଗାଣ୍ତୁ ଓରଫ୍‌ ପ୍ରହଲ୍ଲାଦ ସେଠୀ(୩୨), ବାହାଡ଼ପଳା ଗ୍ରାମର କିଶୋର ମହାନ୍ତଙ୍କ ପୁଅ ରାଜା ମହନ୍ତ(୧୯)ଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ତ୍‌ ଲିପୁ ଓ ସହଯୋଗୀ ପାକନ ବି ନିକିରାଇ ଚୋରି ଘଟଣାରେ ସ˚ପୃକ୍ତ ଥିଲେ ବୋଲି ପୁଲିସ ସୂଚନା ଦେଇଛି। ସେହିପରି ଅପରାଧୀଙ୍କଠାରୁ ଯେଉଁ ସାତ ଜଣ ସୁନା ଗହଣା କିଣି ଗିରଫ ହୋଇଛନ୍ତି, ସେମାନେ ହେଉଛନ୍ତି ଗ˚ଜାମ ଜିଲ୍ଲା ପାତ୍ରପୁର ଥାନା କସାମରୀ ଗ୍ରାମର ସଦାଶିବ ନାୟକ(୩୪), କଟକ ଜିଲ୍ଲା ନେମାଳ ଥାନା ଦାମଦରପୁର ଗ୍ରାମର ଅନିରୁଦ୍ଧ ମହାରଣା(୫୦), କାହ୍ନା ଓରଫ୍‌ ବିକାଶ ର˚ଜନ ଘଡେ଼ଇ(୨୬), ଜୟାନନ୍ଦ ରାଉତ(୪୬), କେଶୁଳା ଗ୍ରାମର ଜ୍ୟୋତିପ୍ରକାଶ ନାୟକ(୨୪), ସାଲେପୁର ଥାନା କୁଶମ୍ବି ଗ୍ରାମର କୈଳାସ ଚନ୍ଦ୍ର ସାହୁ(୫୫), କେନ୍ଦ୍ରାପଡ଼ା ସଦର ଥାନା ଛାଞ୍ଚୁଣିଆ ଗ୍ରାମର ବଳରାମ ଦାସ(୨୨)। ଏମାନଙ୍କ ମଧୢରେ ଦୁଇ ଜଣ ସୁନା ଦୋକାନୀ ଥିବା ବେଳେ ଜଣେ ଶାଢ଼ୀ ଦୋକାନୀ ଅଛନ୍ତି। ସବୁଠୁ ବଡ଼ କଥା ହେଉଛି, ମାଷ୍ଟରମାଇଣ୍ତ୍‌ ଲିପୁ ନାଁରେ ସାରା ରାଜ୍ୟର ବିଭିନ୍ନ ଥାନାରେ ଚୋରି, ଡକାୟତି, ଛିନ୍‌ତାଇ ଆଦି ମିଶାଇ ମୋଟ୍‌ ୫୨ଟି ମାମଲା ଥିବା ପୁଲିସ ସୂଚନା ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧୢରେ ଅତିରିକ୍ତ ଏସ୍‌ପି ହରେଶ ଚନ୍ଦ୍ର ପାଣ୍ତେ, ଡିଏସ୍‌ପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ତା ଓ ସ˚ଧ୍ୟାରାଣୀ ବେହୁରା, ତନ୍ତିଆପାଳ ଥାନାଧିକାରୀ ମହେଶ୍ବର ସେଠୀ, ନିକିରାଇ ଥାନାଧିକାରୀ କାଦମ୍ବିନୀ ପରିଡ଼ାଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।