ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବେଲପାଳ ଗାଁରେ ବାର୍‌ହା ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଛନ୍ତି। ବାରହା ଆତଙ୍କ ପରେ ଲୋକେ ବାରହାକୁ ବାଡେଇ ମାରିଛନ୍ତି।

Advertisment

ଆଜି ସକାଳେ ବେଳପାଳ ଗାଁର ଅମରି ସାହାଣୀ (୫୮) ଧାନ ଖଳାରେ ଥିଲେ। ହଠାତ ଏକ ଜଙ୍ଗଲି ବାର୍‌ହା ଆସି ଅମରିଙ୍କୁ ଆକ୍ରମଣ କରିଥିଲା। ଅମରୀଙ୍କ ମୁହଁକୁ ଆକ୍ରମଣ କରିଥିଲା। ଆକ୍ରମଣରେ ଅମରି ଗୁରୁତର ଆହତ ହୋଇଛନ୍ତି। ଅମରୀଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଜଙ୍ଗଲି ବାର୍‌ହା ଅମରୀଙ୍କୁ ଆକ୍ରମଣ କରିବା ପରେ ଧାନ ଖଳାରେ ଥିବା ଅନ୍ୟମାନଙ୍କୁ ଗୋଡ଼ାଇ ଥିଲା। ଗ୍ରାମର ଚାଷୀମାନେ ନିଜକୁ ଓ ଫସଲକୁ ରକ୍ଷା କରିବା ପାଇଁ ବରାହାକୁ ବାଡେଇ ବାଡେଇ ମାରି ଦେଇଛନ୍ତି। ବନ ବିଭାଗର ଅଧିକାରୀମାନେ ବେଳପାଳ ଗାଁରେ ପହଂଚି ମୃତ ବର୍‌ହାକୁ ଜବତ କରିଛନ୍ତି।