ଅମ୍ବାଭୋନା: ବରଗଡ଼ ଜିଲ୍ଲା ଭଟଲି ରେଞ୍ଜ ଅଧିନସ୍ଥ ଅମ୍ବାଭୋନା ବ୍ଳକ ବାରପାହାଡ ଘେରା ଅଞ୍ଚଳର ଦ୍ବାରୀ ସେକ୍ସସନ ଅନ୍ତର୍ଗତ ଖପରାଖୋଳ ସରୋଇଦମକ ଜଙ୍ଗଲରେ ଏକ ବଣ ମଇଁଷିର ମୃତ୍ୟୁ ହୋଇଛି । ଏସଂପର୍କରେ ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ବଣ ମଇଁଷିର ଶବକୁ ଜବତ କରିଛି । ସେଠାରେ ପ୍ରକାଶପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ପରିଡ଼ା ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ପରେ ବନ ବିଭାଗ ସେଠାରେ ପୋତି ଦେଇଛି।
ବଣ ମଇଁଷି ମୃତ୍ୟୁ ସଂପର୍କରେ ସଠିକ କାରଣ ଜଣା ପଡିନଥିଲେ ମଧ୍ୟ ଆଗରୁ ବହୁ ବଣ ମଇଁଷି ପାଣି ଅଭାବ ଯୋଗୁଁ ମୃତ୍ୟୁ ଘଟିଛି । ଏ ସଂପର୍କରେ ଦ୍ବାରୀ ସେକ୍ସସନ ଫରେଷ୍ଟକୁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।
ସୂଚନାଯୋଗ୍ୟ ଯେ ସରୋଇଦମକ ବୁଢାରାଜା ଜଙ୍ଗଲ ଭିତରେ ଜଳ ଉଷ୍ଣ ଅଭାବ ଯୋଗୁଁ ବନ୍ୟ ଜନ୍ତୁ ପାଣି ପାଇଁ ଡହଲ ବିକଲ ହେଉଥିବା ଦେଖିବାକୁ ମିଳିଛି । ପାଣି ଅଭାବ ଯୋଗୁଁ ବହୁ ବନ୍ୟ ଜନ୍ତୁମାନେ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି । ଯଦି ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ମାନଙ୍କ ପାଇଁ ଜଳ ଉଷ୍ଣର ବ୍ୟବସ୍ଥା ନ କରାଯାଏ, ତା’ହେଲେ ଅନେକ ବନ୍ୟ ଜନ୍ତୁଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Wild-Buffalo.jpg)