ତିଲଡେଗାରେ ହାତୀ ଭାଙ୍ଗିଲା ଘର: ଶଙ୍ଖ ଫୁଙ୍କି ଘଉଡାଇଲେ ଗ୍ରାମବାସୀ

ସୁନ୍ଦରଗଡ଼, ଆଜି ଭୋରରୁ ଏକ ଝାଡ଼ଖଣ୍ଡି ହାତୀ ସୁନ୍ଦରଗଡ଼ ବନଖଣ୍ଡ କିଞ୍ଜିରକେଲା ସେକ୍ସନ ଅନ୍ତର୍ଗତ ତିଲଡେଗା ବାନ୍ଦ୍ରିପରାରେ ଆତଙ୍କ ଖେଳାଇ ଦେଇଥିଲା।

ସୂଚନାଯୋଗ୍ୟ, ଗୋଠଛଡା ହାତୀଟି ଗାଁରେ ପଶି ସୁବାସିନୀ ଷଣ୍ଢ ଓ ଶକୁନ୍ତଳା କାଲୋଙ୍କ ପାଚେରୀ ଓ ଘର କାନ୍ଥ ଭାଙ୍ଗିବା ସହ ସବୁ ଅମଳ ଧାନ ଓ ଚାଉଳ ଖାଇଯାଇଥିଲା। ତେବେ ଘରଲୋକେ ଶଙ୍ଖ ଫୁଙ୍କି,ଘଣ୍ଟ ବଜାଇ ହାତୀକୁ ଘଉଡାଇବରେ ସକ୍ଷମ ହୋଇଥିଲେ।

ତେବେ ପାଖ ଜଙ୍ଗଲରେ ହାତୀ ପଲ ଡେରା ପକାଇଥିବା ସୂଚନା ମିଳିଛି। ଏହି ହାତୀ ପଲ ମଧ୍ୟରୁ ଏକ ଗୋଠଛଡା ହାତୀ ଗାଁ ପାଖେ ପାଖେ ବୁଲୁଛି। ରାତି ହେବା ପରେ ଅନ୍ଧାରର ସୁଯୋଗ ନେଇ ଗାଁ ଭିତରେ ପଶି ଆତଙ୍କ ଖେଳାଉଛି ବୋଲି ଗାଁ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର