ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ପଞ୍ଚଡା ଜଙ୍ଗଲ ଅଞ୍ଚଳରୁ ବାଟ ବଣା ହୋଇ ଗାଁକୁ ପଶିଥିବା ଏକ କୁଟୁରାକୁ ବନ ବିଭାଗ ଶୁକ୍ରବାର ଉଦ୍ଧାର କରିଛି। କୁଟୁରାଟି ଆଜି ଗାଁ ଅଭିମୁଖେ ଆସି ଜଣେ ଲୋକଙ୍କର ଘରକୁ ପଶି ଯାଇଥିଲାା ବୁଲା କୁକୁର ମାନେ ଦୌଡାଇବା ସହ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ବେଳେ ପ୍ରାଣ ବିକଳରେ କୁଟୁରାଟି ପଞ୍ଚଡା ଗାଁର ରୁଦ୍ର ବିଷୋଇଙ୍କ ଗାଇଗୁହାଳରେ ଆଶ୍ରୟ ନେଇଥିଲା। କୁଟୁରାକୁ ଦେଖି ଗୁହାଳ ମାଲିକ ଲକ୍ଷ୍ମୀପୁର ବନବିଭାଗକୁ ଖବର ଦେବା ପରେ ଲକ୍ଷ୍ମୀପୁର ଏକ ଟିମ୍ ପଞ୍ଚଡାରେ ପହଞ୍ଚି ସାମାନ୍ୟ ଆହତ ଥିବା କୁଟୁରାକୁ କାକିରିଗୁମା ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲାା
ଚିକିତ୍ସା ପରେ ମାଈ କୁଟୁରାଟି ଗର୍ଭବତୀ ଥିବା ଜଣା ପଡିବା ପରେ ଲକ୍ଷ୍ମୀପୁର ରେଞ୍ଜ କାର୍ଯ୍ୟାଳୟରେ ଆଣି ରଖାଯାଇଛିା ସଂମ୍ପୁର୍ଣ ସୁସ୍ଥ ହେବାପରେ ସୁରକ୍ଷିତ ଜଙ୍ଗଲରେ ନେଇ ଛଡାଯିବ ବୋଲି ରେଞ୍ଜର କୁମାର ଖରା ପ୍ରକାଶ କରିଛନ୍ତିା ବର୍ତ୍ତର୍ମାନ ପୋଡୁଚାଷ ସହ ଜଙ୍ଗଲ ନଷ୍ଟ କରାଯାଉଥିବା କାରଣରୁ ବନ୍ୟ ଜନ୍ତୁ ଏବେ ସହରୀ ମୁହାଁ ହେଉଥିବା ବେଳେ ଗତ ମାସରେ ମଧ୍ୟ ଅନୁରୁପ ଭାବେ ଏକ କୁଟୁରା ନାରାୟଣପାଟଣା ଜଙ୍ଗଲ ଆଡୁ ଲକ୍ଷ୍ମୀପୁର ଝୋଡିଆସାହି ମୁହାଁ ହୋଇ ଚାଲିଆସିଥିଲାା