କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅ˚ଚଳରେ କ˚ଗ୍ରେସର ଦବ୍‌ଦବା ରହିଛି। ବିଗତ ଦୁଇ ସାଧାରଣ ନିର୍ବାଚନ ଏବ˚ ତିନି ପୌର ନିର୍ବାଚନକୁ ଅନୁଶୀଳନ କଲେ ଜଣାପଡ଼ୁଛି ଯେ ଶାସକ ବିଜେଡି ବିରୋଧରେ କ˚ଗ୍ରେସ ଜବରଦସ୍ତ ଲଢେ଼ଇ କରିଛି। ସାଧାରଣ ନିର୍ବାଚନରେ ଶାସକ ବିଜେଡିକୁ ଦୁଇ ଥର ଯାକ ଭୋଟ୍‌ରେ ପଛରେ ପକାଇଥିବା ବେଳେ ପୌର ନିର୍ବାଚନ କ୍ଷେତ୍ରରେ କିନ୍ତୁ ଥରେ କାଉନସିଲ୍‌ ଗଠନ କରିବାରେ ସଫଳ ହୋଇଛି କ˚ଗ୍ରେସ। ଅନ୍ୟ ଦୁଇ ଥରରୁ ଥରେ ବିଜେଡି-ବିଜେପି ମେଣ୍ଟ ଏବ˚ ଶେଷଥର ନିଜ ଦମ୍‌ରେ ବିଜେଡି କାଉନସିଲ୍‌ ଗଠନ କରିଛି। ଗଲା ୨୦ବର୍ଷ ହେବ ଆଉ କ˚ଗ୍ରେସ କ୍ଷମତାକୁ ଫେରିନାହିଁ। ୟା’ ମଧୢରେ ଦୁଇଟି ପୌର ନିର୍ବାଚନ ହୋଇଛି। ଶାସକ ବିଜେଡି ବିରୋଧରେ ଭଲ ଲଢେ଼ଇ କରିଥିଲେ ବି ଵାର୍ଡ ସ˚ଖ୍ୟା ଦୁଇ ଅଙ୍କ ଛୁଇଁ ପାରିନାହିଁ। କାଉନସିଲ୍‌ ଗଠନର ମ୍ୟାଜିକ୍‌ ନମ୍ବରଠୁ ଦୂରେଇ ରହି ଯାଇଥିବା କ˚ଗ୍ରେସର ଭାଗ୍ୟ ଏଥର ଉଦୟ ହେବ କି’? ଦୁଇ ଦଶନ୍ଧି ପରେ କ୍ଷମତାକୁ ଫେରିବା ଏହି ଜାତୀୟ ଦଳ ପାଇଁ କେତେ ଚାଲେଞ୍ଜ୍‌ ହେବ, ତାକୁ ନେଇ ରାଜନୈତିକ ମହଲରେ ଆକଳନ ଆରମ୍ଭ ହୋଇଯାଇଛି।
ଶେଷଥର ପାଇଁ କ˚ଗ୍ରେସ ୧୯୯୭ମସିହାରେ କାଉନସିଲ୍‌ ଗଠନ କରିଥିଲା। ପ୍ରବୀର କୁମାର ମହାନ୍ତି ହୋଇଥିଲେ ନଗରପାଳ। ଉପାଧୢକ୍ଷା ପଦ ଅଖତରୀ ଖାତୁନ୍‌ଙ୍କୁ ମିଳିଥିଲା। ସେତେବେଳେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ଵାର୍ଡ ସ˚ଖ୍ୟା ଥିଲା ୨୦। କ˚ଗ୍ରେସ ୧୨ଟାରେ ଜିତିଥିବା ବେଳେ ବିଜେପି ୬ଟା ଏବ˚ ଜନତା ଦଳ ୨ଟି ଵାର୍ଡରେ ବିଜୟୀ ହୋଇଥିଲା। କ˚ଗ୍ରେସରୁ ୧ନମ୍ବର ଵାର୍ଡରୁ ପ୍ରତିମା ମହାକୁଡ଼, ୨ନମ୍ବରରୁ ଧରଣୀଧର ସୁଆର, ୭ନମ୍ବରରୁ ଦେବନାରାୟଣ ମହାନ୍ତି, ୧୦ନମ୍ବରରୁ ଅନୁସୟା ବେହେରା, ୧୧ନମ୍ବରରୁ ମିନତୀ ରାଉତ, ୧୨ନମ୍ବରରୁ ରିଜଵାନା ବେଗମ୍‌, ୧୩ନମ୍ବରରୁ ଅଖତରୀ ଖାତୁନ୍‌, ୧୫ନମ୍ବରରୁ ମୁକ୍ତାର ଖାଁ, ୧୬ନମ୍ବରରୁ ର˚ଜିତ୍‌ ସାହୁ, ୧୮ନମ୍ବରରୁ ଶରତ ଚନ୍ଦ୍ର ବେଉରା, ୧୯ନମ୍ବରରୁ ପ୍ରବୀର ମହାନ୍ତି, ୨୦ନମ୍ବରରୁ ଶ୍ୟାମ୍‌ଦା କିସ୍କୁ ବିଜୟୀ ହୋଇଥିଲେ। ସେହିଭଳି ବିଜେପିରୁ ୩ନମ୍ବର ଵାର୍ଡରୁ ହରିହର ରଣା, ୪ନମ୍ବରରୁ ମୁରଲୀଧର ସେଠୀ, ୫ନମ୍ବରରୁ ପ୍ରକାଶ ଚନ୍ଦ୍ର ପରିଡ଼ା, ୬ନମ୍ବରରୁ ମ˚ଜୁପ୍ରଭା ସାହୁ, ୮ନମ୍ବରରୁ ଦେବଦାସ ମହାନ୍ତି, ୯ନମ୍ବରରୁ ସମୀର ଦାସ ଜିତିଥିବା ବେଳେ ଜନତା ଦଳରୁ ୧୪ନମ୍ବର ଵାର୍ଡରୁ ବେଲାରାଣୀ ମିତ୍ର ଏବ˚ ୧୭ନମ୍ବରରୁ ଶ୍ରୀଧର ବାରିକ ବିଜୟୀ ହୋଇଥିଲେ।

Advertisment

୨୦୦୨ମସିହାରେ କ˚ଗ୍ରେସର କାଉନସିଲ୍‌ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାର ଚାରି ବର୍ଷ ପରେ ୨୦୦୬ରେ ହୋଇଥିଲା ପୌର ନିର୍ବାଚନ, ସେତେବେଳେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାର ଥିଲା। କେନ୍ଦ୍ରାପଡ଼ା ପୌରପାଳିକା ଵାର୍ଡ ସ˚ଖ୍ୟା ୨୦ରୁ ବଢ଼ି ୨୧ହୋଇଥିଲା। ରାଜ୍ୟରେ ମେଣ୍ଟ ସରକାର ନୀତିକୁ ଆଧାର କରି କେନ୍ଦ୍ରାପଡ଼ାର ୨୧ଵାର୍ଡରୁ ବିଜେପି ୧୩ଟା ଵାର୍ଡରେ ଲଢ଼ି ୯ଟି ଏବ˚ ବିଜେଡି ୮ଟି ଵାର୍ଡରୁ ଲଢ଼ି ୪ଟିରେ ଜିତିଥିଲା। ବିଜେଡି-ବିଜେପି ମେଣ୍ଟ ମୋଟ୍‌ ଉପରେ ୧୩ଟି ଵାର୍ଡ ହାତେଇଥିବା ବେଳେ କ˚ଗ୍ରେସ ୭ଟିରେ ଜିତିଥିଲା। ଓଜିପି ଗୋଟିଏ ଵାର୍ଡରେ ସନ୍ତୁଷ୍ଟ ରହିଥିଲା। ବିଜେଡି-ବିଜେପି ମେଣ୍ଟରୁ ପୌରାଧୢକ୍ଷା ହୋଇଥିଲେ ରୋସ୍ନା ସାହୁ; ଉପାଧୢକ୍ଷ ଦାୟିତ୍ବ ତୁଲାଇଥିଲେ ସବିତା ସାହୁ। ଏହାପରେ ୨୦୧୧ରେ ହୋଇଥିଲା ପୁଣି ନିର୍ବାଚନ। ଏଥର ଆଉ ବିଜେଡି-ବିଜେପି ମେଣ୍ଟ ହେଇ ଲଢ଼ିନଥିଲେ। ବିଜେଡି ଏକାକୀ ଲଢ଼ିଥିଲା। ତ୍ରିମୁଖୀ ଲଢେ଼ଇ ଭିତରେ ଭୟଙ୍କର ବିପର୍ଯ୍ୟୟର ସାମ୍ନା କରିଥିଲା ବିଜେପି। ପୂର୍ବଥର ୯ଟି ଵାର୍ଡରେ ଜିତି ବୃହତ୍‌ ଦଳ ଭାବେ ଉଭା ହୋଇଥିବା ବିଜେପି ମାତ୍ର ଗୋଟିଏ ଵାର୍ଡରେ ଜିତି ଖାତା ଖୋଲିବାରେ ସକ୍ଷମ ହୋଇଥିବା ବେଳେ ବିଜେଡି ୧୩ଵାର୍ଡ ହାତେଇଥିଲା। କ˚ଗ୍ରେସ ୫ଟିରେ ଆଉ ଏନ୍‌ସିପି ଗୋଟିଏ ଵାର୍ଡରେ ବିଜୟୀ ହୋଇଥିଲା। ସ୍ବାଧୀନ ଖାତାକୁ ଯାଇଥିଲା ଗୋଟିଏ ଵାର୍ଡ। ଉଲ୍ଲେଖନୀୟ କଥା ହେଉଛି, କ˚ଗ୍ରେସ ଦୁଇଟି ଵାର୍ଡରେ ଶହେରୁ କମ୍‌ ଭୋଟ୍‌ରେ ହାରି ଯାଇଥିଲା। ଏବେ ଦୀର୍ଘ ୧୧ବର୍ଷ ପରେ ପୁଣି ଥରେ ହେଉଛି ନିର୍ବାଚନ। ୟା’ ମଧୢରେ ଦୁଇଟି ୨୦୧୪  ଓ ୨୦୧୯ରେ ସାଧାରଣ ନିର୍ବାଚନ ହୋଇଛି। ସବୁଥର କ˚ଗ୍ରେସ ପୌରାଞ୍ଚଳରେ ବିଜେଡିକୁ ପଛରେ ପକାଇ ଅଧିକ ଭୋଟ୍‌ ହାତେଇଛି। ୨୦୧୪ରେ ପ୍ରାୟ ୩ହଜାର ଏବ˚ ୨୦୧୯ରେ ପ୍ରାୟ ଦୁଇ ହଜାର ବିଜେଡି ତୁଳନାରେ କ˚ଗ୍ରେସ ଅଧିକ  ଭୋଟ୍‌ ପାଇଛି।

ଏଥର ପୌରାଧୢକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ଲଢେ଼ଇ ହେଉଛି। ଲୋକମାନେ କାଉନସିଲର‌୍‌ ସ˚ଗେ ସ˚ଗେ ପୌରାଧୢକ୍ଷ ପ୍ରାର୍ଥିନୀଙ୍କୁ ବି ଭୋଟ୍‌ ଦେଇ ବାଛିବେ। କ˚ଗ୍ରେସରୁ ପୌରାଧୢକ୍ଷା ପ୍ରାର୍ଥିନୀ ହୋଇଛନ୍ତି ପୂର୍ବତନ କାଉନସିଲର ଲକ୍ଷ୍ମୀପ୍ରିୟା ବାରିକ। ବିଗତ ଦୁଇ ସାଧାରଣ ନିର୍ବାଚନର ଭୋଟ ସଫଳତାକୁ ପୌର ନିର୍ବାଚନରେ ଦୋହରାଇବାକୁ କ˚ଗ୍ରେସ ଆଶା ବାନ୍ଧିଥିଲେ ବି ରାସ୍ତା ଏତେ ସହଜ ନୁହେଁ ବୋଲି ରାଜନୈତିକ ମହଲ ମତ ରଖୁଛି। ଏ କଥା ନୁହେଁ ଯେ ଶାସକ ବିଜେଡି ବିରୋଧରେ କ˚ଗ୍ରେସ ପାଖେ ପ୍ରସଙ୍ଗର ଅଭାବ ରହିଛି। ଗଲା ପାଞ୍ଚ ବର୍ଷ ହେବ ମ୍ୟୁନିସିପାଲିଟିରେ କାଉନସିଲ୍‌ ନାହିଁ। ସହର ପ୍ରତିନିଧିତ୍ବ ଶୂନ୍ୟ ରହିଛି। ସହରର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଵାର୍ଡ ସମସ୍ୟାକୁ ନେଇ ପାଟି ଫିଟାଇବାକୁ କେହି ନାହାନ୍ତି। ସହରବାସୀଙ୍କ ମନରେ ଅସନ୍ତୋଷ ରହିଥିଲେ ବି ତାହା ଭୋଟରେ ଯେ ରୂପାନ୍ତରିତ ହେବ, ତାହା ଆକଳନ କରିବା ମୁସ୍କିଲ୍‌।। ଏଭଳି ସ୍ଥିତିରେ ସହର ସମସ୍ୟାକୁ ପ୍ରସଙ୍ଗ କରି କ˚ଗ୍ରେସ ପ˚ଚାୟତ ନିର୍ବାଚନରେ ଅଦ୍ଭୂତପୂର୍ବ ବିଜୟ ହାସଲ କରିଥିବା ବିଜେଡି ବିରୋଧରେ କେତେଦୂର ସହରୀ ଭୋଟରଙ୍କ ମନ ଜିଣିପାରିବ, ତାରି ଉପରେ ସଭିଙ୍କ ନଜର ରହିଛି।