ଜାତୀୟ ୟୁଥ୍‌ ମଲ୍‌ଟି କ୍ଲାସ୍‌ ସେଲିଂ ଏବଂ କାଇଟ୍‌ ବୋର୍ଡିଂ ଚାମ୍ପିଅନସିପ୍‌: ୱିଣ୍ଡ୍‌ ସର୍ଫର୍‌ ନାରାୟଣଙ୍କୁ କାଂସ୍ୟ ପଦକ

ରାଉରକେଲା: ‘ଜାତୀୟ ୟୁଥ୍‌ ମଲ୍‌ଟି କ୍ଲାସ୍‌ ସେଲିଂ ଏବଂ କାଇଟ୍‌ ବୋର୍ଡିଂ ଚାମ୍ପିଅନସିପ୍‌’ରେ ପୁଣିଥରେ ନିଜର କମାଲ ଦେଖାଇଛନ୍ତି ରାଉରକେଲା ବାଲୁଘାଟର ୱିଣ୍ଡ୍‌ ସର୍ଫର ନାରାୟଣ ମୁଣ୍ଡା(୧୭)। ଏଥିରେ ନାରାୟଣ ଚମତ୍କାର ପ୍ରଦର୍ଶନ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା‌ ମହୀଶୂରରେରେ ଅନୁଷ୍ଠିତ ହୋଇଥିଲା। ସେ ୧୯ ବର୍ଷରୁ କମ୍‌ ‘ଆର୍‌ଏସ୍‌-ୱାନ୍‌ ୱିଣ୍ଡ୍‌ ସର୍ଫିଂ’ ବର୍ଗରେ ଭାଗନେଇଥିଲେ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସ୍କୁବା ଡାଇଭର ତଥା ପ୍ରଶିକ୍ଷକ ସବୀର ବକ୍ସ, ଜାତୀୟ ସ୍ବର୍ଣ୍ଣପଦକପ୍ରାପ୍ତ ୱିଣ୍ଡ୍‌ ସର୍ଫର ଡି. ଶେଖର ଦେଓଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ଏହି ସଫଳତା ପରେ ଓଡ଼ିଶା ‌ୟାଚିଂ ଆସୋସିଏସନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରକାଶଥାଉକି, ବାଲୁଘାଟର ମୂଳ ବାସିନ୍ଦା ନାରାୟଣ ଗତ ୨୦୧୪ ମସିହାରୁ କଟକସ୍ଥ ସିଲଭର ସିଟି ବୋଟ୍‌ କ୍ଲବରେ ପ୍ରଶିକ୍ଷଣ ନେଉଛନ୍ତି। ୨୦୧୬ ମସିହାରେ ନାରାୟଣ ଗୋଆରେ ଅନୁଷ୍ଠିତ ‘ଜାତୀୟ ୱିଣ୍ଡ୍‌ ସର୍ଫିଂ’ ପ୍ରତିଯୋଗିତାରେ ମଧ୍ୟ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ସେବେଠାରୁ ନାରାୟଣ ଅଭ୍ୟାସ ଜାରି ରଖିବାସହ ଭବିଷ୍ୟତରେ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର