ଅବକାରୀ ବିଭାଗକୁ କୋଭିଡ ମାଡ: କମିଛି ମଦର ଚାହିଦା, ଗାଁ ମୁହାଁ ଉପଭୋକ୍ତା

ଜୟପୁର: କରୋନା ପାଇଁ ସମଗ୍ର ବିଶ୍ବରେ ପଡିଛି ହାହାକାର। ଭାରତବର୍ଷରେ ମଧ୍ୟ ଏହାର ପ୍ରଭାବ ବଢିବଢି ଚାଲିଛି। ରାଜ୍ୟରେ କିନ୍ତୁ ଅବକାରୀ ବିଭାଗକୁ ପଡିଛି ଚଡକ। ଲକଡାଉନ ହେତୁ ନାହିଁ ନ ଥିବା ହଇରାଣ ହୋଇଥିବେଳେ ଏବେ କମିଛି ମଦର ଚାହିଦା। ମଧ୍ୟମ ଓ ଉଚ୍ଚବର୍ଗର ଲୋକେ ନୂଆ ଦର ସହ ୫୦ ପ୍ରତିଶକ କୋଭିଡ କର ଓ ଭେଲିଭରି ଚାର୍ଜ ଦେଇ ମଦ କ୍ରୟ କରଥିବାବେଳେ ନିମ୍ନ ବର୍ଗକୁ ଲାଗିଛି ଝଟକା। ଏବେ ବିଦେଶୀ ମଦର ମୋହ ଓ ସହରୀ ଢାଞ୍ଚା ଛାଡି ଗାଁ ମୁହାଁ ହୋଇଛନ୍ତି ଏହି ବର୍ଗ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସାରା ରାଜ୍ୟରେ ମଦ ଅନଲାଇନରେ ବିକ୍ରି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବାବେଳେ ଅଭ୍ୟାସ ପରିଣତ ହୋଇଥିବା ଲୋକମାନେ ମଧ୍ୟ ବେଶ ଆଗ୍ରହ ଦେଖାଇଲେ। କିନ୍ତୁ ଗୋଟିଏ ମଦ ଉପରେ ସରକାର ୫୦ ପ୍ରତିଶତ କୋଭିଡ ଟ୍ୟାକ୍ସ ଓ ଡେଲିଭରି ଚାର୍ଜ ମିଶାଇ ବିକ୍ରି କରିବା ପରେ କିଛି ମଦୁଆଙ୍କ ଦର ଶୁଣି ନିଶା ଖସିଯାଉଥିଲା। କିଛି ମଦୁଆ ମଦ ବଦଳରେ ଅନ୍ୟ ନିଶା ଅବଲମ୍ବନ କରୁଥିବା ବେଲେ ମଧ୍ୟମ ଧରଣର ମଦୁଆ ମାନେ ଫୁଲ୍ ପିବା ଯାଗାରେ ହାଫ୍ ପିଇ କାମ ଚଳାଇ ଦେଉଛନ୍ତି। ଆଊକିଛି ଅଭ୍ୟସ୍ତ ମଦ୍ୟପ ସହରୀ ମଦ ଛାଡି ଏବେ ଗାଁ ଆଡେ ମୁହାଁଇଛନ୍ତି।

ସହର ଅପେକ୍ଷା ଗାଁରେ ଥିବା ଦେଶୀ ମଦ, ମହୁଲି, ତାଢି, ସଲପ ଆଦି ସେବନ କରୁଛନ୍ତି। ତେବେ ଜୟପୁର ସହରରେ ଅଛି ମୋଟ ୧୮ଟି ମଦ ଦୋକାନ। ସେଥି ମଧ୍ୟରୁ ୧୨ଟି ଅଫସପ୍ ଥିବା ବେଳେ ୬ଟି ରହିଛି ଅନସପ୍ ଦୋକାନ। ବର୍ତ୍ତମାନ ବାର ଓ ରେଷ୍ଟୁରାଣ୍ଟ ଖୋଲାଯାଇନଥିବା ଯୋଗୁଁ ୬ଟି ଦୋକାନ ସ˚ପୂର୍ଣ୍ଣ ବନ୍ଦ ହୋଇ ପଡିଛି। ଅନଲାଇନରେ ମଦ ବିକ୍ରି କରିବାକୁ ସରକାର ନିର୍ଦ୍ଧେଶ ଦେଇଥିବା ବେଳେ କିଛି ଦୋକାନ ସରକାରଙ୍କ ଗାଇଡଲାଇନକୁ ମାନି ଚାଲୁଥିବା ବେଳେ ଅନ୍ୟମାନେ ଏହାକୁ ବେଖାତିର କରୁଛନ୍ତି। କେତେକ ମଦ ଦୋକାନି ମାନେ ଦୋକାନ ସମ୍ମୁଖରେ ଲୋକଙ୍କୁ ଗୁମାସ୍ତା ଭଳି ଚଟି ରସିଦ ଖାତା ଦେଇ ବସାଇଛନ୍ତି। ଟଙ୍କା ସ˚ଗ୍ରହ କରି ସେହି ଦୋକାନ ସମ୍ମୁଖରେ ହିଁ ବ୍ୟାଗରେ ମଦ ଭର୍ତ୍ତି କରି ଗ୍ରାହକଙ୍କୁ ଦିଆଯାଉଛି। ସରକାର ପ୍ରତ୍ୟେକ ମଦ ବ୍ୟବସାୟୀଙ୍କୁ ପ୍ରତିଦିନ କେତେ ପରିମାଣର ମଦ ବିକ୍ରୀ କରାଯାଇଛି, ସରକାରଙ୍କୁ କେତେ କୋଭିଡ ଟ୍ୟାକ୍ସ ପ୍ରଦାନ କରାଯାଇଛି ଓ ହୋମଡେଲିଭରି ବାବଦରେ କେତେ ଟଙ୍କା ସ˚ଗ୍ରହ କରାଯାଇଛି ତାହର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ବର୍ତ୍ତମାନ ଦର ବଢିଯାଇଥିବା ଯୋଗୁଁ ସହରରେ ମଦର ଚାହିଦା କିଛି ପରିମାଣରେ କମିଯାଇଛି। ପ୍ରକାଶ ଥାଉକି ଲକଡାଉନ ପୁର୍ବରୁ ସହରରେ ଗୋଟିଏ ବିଅର(କାଚ)ର ମୂଲ୍ୟ ୧୪୦ ଟଙ୍କା ଥିଲା କିନ୍ତୁ ବର୍ତ୍ତମାନ କୋଭିଡ ଦର ୫୦ପ୍ରତିଶତ ୭୦ଟଙ୍କ ମିଶାଇବା ସହ ଡେଲିଭରି ଚାର୍ଜ ୧୦ଟଙ୍କା ମିଶାଇ ୨୨୦ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ବିଅର(ଟିନ)ର ମୂଲ୍ୟ ୧୨୦ଟଙ୍କା ଥିଲା କିନ୍ତୁ କୋଭିଡ ଦର ୫୦ପ୍ରତିଶତ ୬୦ଟଙ୍କା ମିଶାଇବା ସହ ଡେଲିଭରି ଚାର୍ଜ ୧୦ଟଙ୍କା ମିଶାଇ ୧୯୦ ଟଙ୍କାରେ ବିକ୍ରି କରାଯାଉଛି। ଯାହା ଫଳରେ ଜଣେ ବିଅର ପିଇବା ବଦଳରେ ଦେଶି ମଦ କିମ୍ବା ସଲପ ପିଉଛି ଅଭ୍ୟସ୍ତ ମଦ୍ୟପ। ସେହିପରି ସମସ୍ତ ମଦର ଏମଆରପି ଦର ଉପରେ ୫୦ ପ୍ରତିଶତ ଟଙ୍କା ସହ ଡେଲିଭରି ଚାର୍ଜ ଜୋଡା ଯାଉଥିବା ଯୋଗୁଁ ମଦର ଚାହିଦା କିଛି ପରିମାଣରେ କମିବାରେ ଲାଗିଲାଣି। ଏନେଇ ଦୋକାନ ମାଲିକ ମାନେ ମଧ୍ୟ ଚିନ୍ତାରେ ପଡିଲେଣି। ଏପରିକି କିଛି ଦୋକାନ ମାଲିକ ଦୋକାନ ବିକ୍ରି କରିବାକୁ ମଧ୍ୟ ମନ ବଳେଇଲେଣି।

ଲକ ଡାଉନ ପୂର୍ବରୁ ପ୍ରତ୍ୟେକ ମଦ ଦୋକାନ ଗୁଡିକ ଅବକାରୀ ବିଭାଗ ପକ୍ଷରୁ ସିଲ କରାଯାଇଥିଲା। ସରକାର ମଦ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେବା ପରେ ଅବକାରୀ ବିଭାଗୀୟ କର୍ମଚାରୀ ମାନେ ଦୋକାନ ଗୁଡିକ ବୁଲି ଯାଞ୍ଚ ଆରମ୍ଭ କରିଥିଲେ। ସହରରେ ୧୨ଟି ଅଫସପ୍ ରୁ ୫ଟି ଦୋକାନ(କୁମୁଲିପୁଟ ସପକୁ ବାଦ ଦେଇ)ରେ ଠିକ ସାମଗ୍ରୀ ଥିବା ବେଳେ ବଳକା ଦୋକାନ ଗୁଡିକରେ ଷ୍ଟକ କମ ଥିଲା। ସେହି ଦୋକାନ ମାନଙ୍କୁ ଷ୍ଟକ ହିସାବରେ କୋଭିଡ ଟ୍ୟାକ୍ସ ପ୍ରଦାନ କରିବାକୁ ତାଗିଦ କରାଯାଇଥିଲା। ଆଜି ଅବକାରୀ ଅଧିକ୍ଷକ ସହରର ସମସ୍ତ ମଦ ଦୋକାନୀ ମାଲିକ ମାନଙ୍କୁ ଡାକି ଏକ ସଫ୍ଟଓୟାର ବିଷୟରେ ତାଲିମ ଦେଇଛନ୍ତି। ଯେପରିକି ସହଜରେ ଓ ସୁବିଧାରେ ସମସ୍ତ ମାଲିକ କ୍ରୟ ବିକ୍ରୟର ହିସାବ ରଖିପାରିବେ। ଏପରିକି ନିଜ ଦୋକାନରୁ ଯେଉଁ କାମ କରୁଥିବା ଲୋକ ଡେଲିଭରି ଦେବାକୁ ଯିବ ତାହାର ନାମ ଓ ଠିକଣା ମଧ୍ୟ ଅବକାରୀ ବିଭାଗ ପାଖରେ ରହିବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ସ୍ତରରେ ସ୍ବିଗି ଓ ଜମାଟୋ ଭଳି ସଂସ୍ଥାକୁ ହୋମ ଡେଲିଭରି ଦିଆଯିବାକୁ ଯୋଜନା ରହିଥିବାବେଳେ କୋରାପୁଟ ଜିଲ୍ଲାର କୌଣସି ସହରରେ ଏହି ସଂସ୍ଥା ନାହିଁ।ତେଣୁ ମଦ ଦୋକାନୀ ମାନେ ନିଜ ଖର୍ଚ୍ଚରେ ମାନବ ସମ୍ଭଳ ରଖି ସରକାରଙ୍କର ଏହି କାର୍ଯ୍ୟକୁ ତ୍ବାରାନ୍ବିତ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରତି ମଦ ଦୋକାନୀକୁ ୪ ଜଣ ପାଇଁ ଆଇ କାର୍ଡ କରିଥିବାବେଳେ ଏହା ସୁବିଧା ଜନକ ନୁହେଁ ବୋଲି ମତ ପ୍ରକାଶ ପାଇଛି। ସେହିପରି ଘରକୁ ମଦ ପ୍ରଦାନ ପାରିବାରିକ କଳହକୁ ଡାକି ଆଣୁଛି। ତେଣୁ ଏବେ ଚିନ୍ତାରେ ରହିଛନ୍ତି ଉଭୟ ପ୍ରଶାସନ ଓ ଅବକାରୀ ବିଭାଗ।

ଏନେଇ ଆବକାରୀ ବିଭାଗର ଭାରପ୍ରାପ୍ତ ଏସପି ଦେବୀ ପ୍ରସାଦ ଦାଶ କହିଛନ୍ତି ଯେ ଅନଲାଇନ ପ୍ରତି ଲୋକେ ସଜାଗ ନାହାନ୍ତି। ଏହା ସ୍ବଂୟକ୍ରିୟ ହେବାକୁ ସମୟ ଲାଗିବାକୁ ରହିଥିବାବେଳେ ଦ୍ରବ୍ୟ ମଗାଇଦେଇ ଲୋକେ ଫୋନ ଅଫ କରିଦେଉଥିବାର ନଜୀର ମଧ୍ୟ ରହିଛି। ଏହାସହ ୫୦ ପ୍ରତିଶତ କୋଡିଭ କର ଲୋକଙ୍କୁ ମଦ ପ୍ରତି ବିତୁଷ୍ଣା କରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର