ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ ସିନ୍ଧେକେଲା ଥାନା ଅନ୍ତର୍ଗତ ଦିଗଶିରା ପଞ୍ଚାୟତ ଗୁଡ଼ତୁଲା ଗାଁରେ ରଥଯାତ୍ରା ଉପଲକ୍ଷେ ମଦ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ସରପଞ୍ଚ ଓ ଗ୍ରାମବାସୀ। ତେଣୁ ଗାଁ’ରେ ଥିବା ୪ଜଣ କୁଚିଆ ମଦ ବେପାରୀଙ୍କୁ ଏଥିପାଇଁ ତାଗିଦ କରାଯାଇଥିଲା।

Advertisment

ଏହା ସତ୍ତ୍ବେ ସୀମାନ୍ତରେ ଥିବା କଳାହାଣ୍ଡି ଜିଲ୍ଲାରୁ ରନ୍ଧାମଦ ଆଣି ୨ ଜଣ ଲୋକ ଗୁଡ଼ତୁଲା ଗ୍ରାମକୁ ଆସୁଥିବା ଖବର ପାଇ ସରପଞ୍ଚ ବୈଦେହୀ ମହାନନ୍ଦ, ବୈଷ୍ଣବ ମହାନନ୍ଦ, ୱାର୍ଡସଭ୍ୟ ପ୍ରଦୀପ ରଣା, ବସନ୍ତ ବେହେରା, ସୁରେଶ ସାହୁ ପ୍ରମୁଖଙ୍କ ସହ ଗ୍ରାମବାସୀ ପହଞ୍ଚି ଉକ୍ତ ମଦ ଜବତ କରିଥିଲେ। କିନ୍ତୁ ମଦ ଆଣୁଥିବା ୨ ଜଣ ଲୋକ ଖସି ପଳାଇଥିଲେ। ଏ ନେଇ ଖବର ଦିଆଯିବା ପରେ ପୁଲିସ ପହଞ୍ଚି ୧୦ ଲିଟର ମଦ ଜବତ କରିଛି। ଥାନା କେସ୍‌ ନଂ. ୧୩୩/୨୩ରେ ମାମଲା ରୁଜୁ କରି ତଦନ୍ତ ଚାଲୁଥିବା ଏସ୍‌ଆଇ ହେମକାନ୍ତି ଛତ୍ରିଆ ସୂଚନା ଦେଇଛନ୍ତି।