ଯାତ୍ରୀବାହୀ ଅଟୋରେ ୧୫ ପେଟି ମଦ ଚାଲାଣ, ଅଭିଯୁକ୍ତ ଗିରଫ

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ପାହାଳ ଫାଣ୍ଡି ପୁଲିସ ଆଜି ଚୋରାମଦ କାରବାର ମାମଲାରେ ଜଣେ ଚୋରାମଦ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମଦ ବ୍ୟବସାୟୀ ହେଲା ନୟାଗଡ଼ ଜିଲ୍ଲା ସଦର ଥାନା ଅଧୀନ ବରପାଲ ଗ୍ରାମର କାଳିଆ ନାୟକ (୩୫) । ହେଲେ ସେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହି ଦୀର୍ଘଦିନ ହେବ  ଅଟୋରେ ମାଲ ନେଇ ଅନ୍ୟ ଖୁଚୁରା ବ୍ୟବସାୟୀଙ୍କୁ ଲଗାଏ ।

ତେବେ କୋର୍ଟରେ କାଳିଆର ଜାମିନ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୁଲିସ ଘଟଣାସ୍ଥଳରୁ ଚୋରାମଦ ବ୍ୟବସାୟରେ ବ୍ୟବହୃତ ଏକ ଯାତ୍ରୀବାହୀ ଅଟୋ ସମେତ ସେଥିରେ ଥିବା ୧୫ ପେଟି ଆସ୍କାଫର୍ଟି ମଦ ବୋଦଲ ଜବତ କରିଥିଲା । ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । ସୂଚନା ମୁତାବକ କାଳିଆ ଅଟୋରେ ଚୋରା ଦେଶୀମଦ ନେଇ ଅନ୍ୟ ଖୁଚୁରା ବେପାରୀଙ୍କୁ ଲଗାଏ । ଆଜି ସକାଳେ ଭୁବନେଶ୍ବର-କଟକ ଜାତୀୟ ରାଜପଥରେ ଅଟୋରେ ମଦ ନେଇ ଯାଉଥିବା ସଂପର୍କରେ ଖବର ପାଇ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ତାକୁ କାବୁ କରି ନେଇଥିଲେ । ଅଟୋ ଯାଞ୍ଚ କରିବାରୁ ୧୫ ପେଟି ମଦ (୭୫ ଲିଟର) ମିଳିଥିଲା । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର