ବାର୍ରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଚୋରି

ଖୋର୍ଦ୍ଧା : ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ଜାତୀୟ ରାଜପଥ ୧୬ର କଡ଼ରେ ଥିବା ପାଢ଼ୀ ବାର୍ ଓ ରେସ୍ତୋରାଁରୁ ଲକ୍ଷାଧିକ ଟଙ୍କା ସହ ବିୟର, ଓ ଅନ୍ୟ ବିଦେଶୀ ମଦ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୨ଟା ବେଳେ ଦୁର୍ବୃତ୍ତ ପାଚେରୀ ଡେଇଁ ବାର୍ ମଧ୍ୟକୁ ପ୍ରବେଶ କରିଥିଲେ । ଏହାପରେ ସଟର ତାଡ଼ି ଭିତରକୁ ପଶି କ୍ୟାସ୍ କାଉଂଟରରେ ଥିବା ୧ ଲକ୍ଷ ଟଙ୍କା ନଗଦ ସହ ଫ୍ରିଜରରେ ଥିବା ବିୟର, ବିଦେଶୀ ମଦ ଆଦି ମଧ୍ୟ ନେଇଯାଇଥିଲେ । ଏନେଇ ବାର୍ ମାଲିକଙ୍କ ଲିଖିତ ଅଭିଯୋଗ ପରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ୧୧୬/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବାରରେ ଲାଗିଥିବା ସିସିଟିଭ୍ ଆଧାରରେ ଦୁଇ ଜଣ ଏହି କାର୍ଯ୍ୟ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର