ସାଲେଭଟା: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ଲୁହୁରାମୁଣ୍ଡା ପଞ୍ଚାୟତ ଲୁହୁରାମୁଣ୍ଡା ଗ୍ରାମର ଜଣେ ଅସହାୟ ବୃଦ୍ଧା ବୈଦେହୀ ରାଠୋର (୯୨ବର୍ଷ) ଏକାକୀ ରହୁଥିଲେ। ତାଙ୍କର ପରିବାରର କେହି ନଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଅନ୍ୟ ଜାତିର ଲୋକଙ୍କୁ ବିବାହ କରିଥିବାରୁ ଗ୍ରାମର ଲୋକମାନେ ଆସି ନଥିବାରୁ ଶବଟି ୪ଘଣ୍ଟା ପଡ଼ି ରହିଥିଲା। ଗ୍ରାମର ଦିଲୀପ ବାରିକ ବ୍ଲକ୍ର ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ଖବର ଦେଇଥିଲେ। ଖବର ପାଇ ସଙ୍ଗଠନର ସଭାପତି ପ୍ରେମାନନ୍ଦ ପଧାନ, ସମ୍ପାଦକ ସଂଯୋଗ ସାହୁ କର୍ମକର୍ତ୍ତା ଭରତ ସାହୁ, ନାରାୟଣ ସାହୁ, ବୁଦ୍ଧଦେବ ସାହୁ, ନିତ୍ୟାନନ୍ଦ ସାହୁ, ପିଣ୍ଟୁ ଯୋଷୀ ପହଞ୍ଚି ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରିଥିଲେ।
ହଜିଗଲା ମାନବିକତା, ଶବ ନେଲେନି ଜାତିଭାଇ, ସତ୍କାର କଲେ ସ୍ବେଚ୍ଛାସେବୀ
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)