ବଣ୍ଡାଘାଟିରେ କମ୍ବଳ ବଣ୍ଟନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ରହିଥିବା ଦାନ୍ତିପଡା ଗ୍ରାମରେ ଜୀବନ ସେବା ଫାଉଣ୍ଡସେନ ତରଫରୁ ବଣ୍ଡା ଜନଜାତିଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ଗ୍ରାମରେ ବାସ କରୁଥିବା ପ୍ରାୟ ଅଶୀରୁ ଉର୍ଦ୍ଧ୍ବ ପରିବାରକୁ କମ୍ବଳ ପ୍ରଦାନ କରାଯାଇଥିଲା।ଏହି କାର୍ୟ୍ୟକ୍ରମରେ ଫାଉଣ୍ଡେସନର ସଭାପତି ହରିଶ୍ଚନ୍ଦ୍ର ପଟନାୟକ, ସଂପାଦକ ସନାତନ ଚୌଧୁରୀ, ଦେବାଶିଷ ପଟନାୟକ, ନରେନ୍ଦ୍ର ଗରଡା, ରାମଚନ୍ଦ୍ର ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ। ବଣ୍ଡା ସଂପ୍ରଦାୟର ଲୋକଙ୍କୁ କରୋନା ଛୁଇଁ ପାରିନଥିବା ବେଳେ କିନ୍ତୁ ଏଥିରୁ ବର୍ତ୍ତିବା ପାଇଁ ସେନିଟାଇଜର ଏବଂ ମାସ୍କ ପରିଧାନ ନେଇ ସଚେତନ କରାଯାଇଥିଲା।

ଜୀବନ ସେବା ଫାଉଣ୍ଡେସନ ତରଫରୁ ସୋସିଆଲ ମିଡିଆରେ ଏବଂ କଟକ, ଭୁବନେଶ୍ବର ଠାରୁ ଶୀତବସ୍ତ୍ର ସଂଗ୍ରହ କରି ବିଭିନ୍ନ ସ୍ଥାନର ଗରିବ ଲୋକଙ୍କୁ ଶୀତ ବସ୍ତ୍ର ସହ କମ୍ବଳ ପ୍ରଦାନ କରାଯାଉଛି। ତେବେ ବଣ୍ଡାଘାଟି ଭଲି ଉପାନ୍ତ ଅଂଚଳରେ କମ୍ବଳ ବଣ୍ଟନ କରାଯିବା ପରେ ଏହି ଅଂଚଳରେ ଜୀବନ ସେବା ଫାଉଣ୍ଡେସନକୁ ପ୍ରଶଂସା କରାଯାଇଥିଲା। ପ୍ରକାଶ ଥାଉକି ବଣ୍ଡାଘାଟିରେ ଶୀତ ଋତୁରେ ପ୍ରବଳ ଶୀତ ଅନୁଭୁତ ହୁଏ।

ସମ୍ବନ୍ଧିତ ଖବର