ସମ୍ବଲପୁର: ଆକାଶବାଣୀ ସମ୍ବଲପୁରର ମାନେଶ୍ୱର ସ୍ଥିତ ୧୦୦ କିଲୋୱାଟ୍ ସମ୍ପନ୍ନ ଟ୍ରାନ୍ସମିଟର ଫିଡର୍ରୁ ତମ୍ବା କେବୁଲ ତାର ଚୋରି ହୋଇଛି। ଫଳରେ ୩ ଦିନ ହେଲା ରେଡିଓ ଶୁଣିବାରୁ ଲୋକେ ବଞ୍ଚିତ ହେଉଛନ୍ତି। ୬ ମାସ ତଳେ ମଧ୍ୟ ସେହି ତାର ଚୋରି ହୋଇଥିଲା।
ବାରମ୍ବାର ଏଭଳି ଚୋରି ହେଉଥିବାରୁ ସ୍ଥାନୀୟ ଲୋକେ ଉଦ୍ବେଗ ପ୍ରକାଶ କରିଛନ୍ତି। ଚୋରକୁ ଧରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।