ବଲାଙ୍ଗୀର: ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦ୍‌ଗତି କାମନା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ଥାନୀୟ ମା ପାଟଣେଶ୍ବରୀ ମନ୍ଦିରରେ ଦୀପଦାନ କରାଯାଇଛି। ଶନିବାର ସନ୍ଧ୍ୟାରେ ପାଟଣେଶ୍ବରୀ ମନ୍ଦିରରେ ସମୂହ ସଂଗଠନର କର୍ମକର୍ତ୍ତା ସମୂହ ଦୀପଦାନ କରିଥିଲେ।

Advertisment

ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ରୂପକ ପ୍ରଧାନଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଦୁର୍ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟରେ ଯଥାସମ୍ଭବ ସହଯୋଗ ଜାରି ରଖିଥିବା ସୂଚନା ଦିଆଯାଇଛି।