କାର୍ଯ୍ୟରୁ ଅନ୍ତର ଓପିଟିସିଏଲ ସୁରକ୍ଷାକର୍ମୀଙ୍କ ୨ୟ ପର୍ଯ୍ୟାୟ ଧାରଣା ୫ମ ଦିନରେ

ଜୟପୁର: ଓପିଟିସିଏଲର ଏକ ଆଉଟସୋର୍ସିଂ ସଂସ୍ଥା ଜରିଆରେ ସୁରକ୍ଷା କର୍ମୀ ଭାବେ କାମ କରି ଆସୁଥିବା ସୁରକ୍ଷା କର୍ମୀଙ୍କୁ କର୍ଯ୍ୟରୁ ଅନ୍ତର କରିଥିବା ସୁରକ୍ଷା କର୍ମୀ ମାନେ ଜିଲ୍ଲାଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଦ୍ବିତୀୟ ପର୍ଯ୍ୟାୟରେ ଦେଉଥିବା ଧାରଣା ୫ମ ଦିନରେ ପହଚିଂଛି। ଅନ୍ୟ ପକ୍ଷରେ ଏମାନଙ୍କ ସହ ଗତ ୨୨ତାରିଖ ଦିନ ହୋଇଥିବା ଅଲୋଚନା ବିଫଳ ହେବା ପରେ ଏମାନେ ଧାରଣା ଦେଇ ଆସୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ୧୭ରୁ ୧୮ ବର୍ଷ ଧରି କାମ କରି ଆସୁଥିବା ସିକ୍ୟୁରିଟି ଗାର୍ଡ ମାନଙ୍କୁ ଓପିଟିସିଏଲ୍ ମ୍ୟାନେଜମେଣ୍ଟ ଓ ଗଞ୍ଜାମ ସିକ୍ୟୁରିଟି ସର୍ଭିସ୍ ଗତବର୍ଷ ସେପ୍ଟେମ୍ବର ଏକ ତାରିଖରୁ ବିନା ନୋଟିସ୍ ରେ ବାହାର କରିଦେଇଥିଲେ। ସେହିଦିନ ଠାରୁ ଆନ୍ଦୋଳନ ଚାଲି ଆସୁଥିବା ବେଳେ ଗତ ଅକ୍ଟୋବର ୨୨ ତାରିଖ ଦିନ ଶ୍ରମ ଅଧିକାରୀ ମହୋଦୟଙ୍କ କାର୍ୟ୍ୟାଳୟରେ ମିଳିତ ବୈଠକ ଡି ଏଲ୍ ଓ ଡ଼କାଇଥିଲେ, ଯେଉଁ ଥିରେ କି ଓପିଟିସିଏଲ୍ ମ୍ୟାନେଜମେଣ୍ଟ ର ଡିଜିଏମ୍ ଅଂଶ ଗ୍ରହଣ କରିଥିଲେ।

ଓପିଟିସିଏଲ୍ ମ୍ୟାନେଜମେଣ୍ଟ ଓ ଗଞ୍ଜାମ ସିକ୍ୟୁରିଟି ସର୍ଭିସ ସେସବୁ କିଛି ନଦେଖି ୨୦୧୭ ରେ ନିଯୁକ୍ତି ପାଇଥିବା ଲୋକଙ୍କୁ କାମରେ ରଖିଥିବା ବେଳେ ୨୦୦୪ ରୁ କାମ କରି ଆସୁଥିବା ଗାର୍ଡ ମାନଙ୍କୁ ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ନିଯୁକ୍ତି ଦିଆଯାଇ ନାହିଁ। ଏହାର ପ୍ରତିବାଦ କରି ସୁରକ୍ଷାକର୍ମୀ ମାନେ ଆନ୍ଦୋଳନ କରୁଛନ୍ତି ବୋଲି ଆନ୍ଦୋଳନକାରୀ ମାନେ କହିଥିଲେ।ଆ‌ନ୍ଦୋଳନକାରୀ ମାନେ କାହାକୁ ନିଯୁକ୍ତି ଦିଆଯାଇଛି, କାହାକୁ କାର୍ୟ୍ୟରୁ ଅନ୍ତର କରାଯାଇଛି ତାହାର ତାଲିକା ଦିଆଯାଉ ବୋଲି ଏମାନେ ଦାବି କରିଥିଲେ। ଯୁଗ୍ମ ଶ୍ରମ ସଂସ୍ଥାପିକା ମହୋଦୟା ପ୍ରଥମ ବୈଠକ ରେ ଯେଉଁ ନିର୍ଦ୍ଦେଶନା ଦେଇଥିଲେ ତାହା ପାଳନ ହୋଇଛି କି ନାହିଁ ଅନୁଧ୍ୟାନ କରନ୍ତୁ। ଶ୍ରମ ବିଭାଗ ଓପିଟିସିଏଲ୍ ଓ ଗଞ୍ଜାମ ସିକ୍ୟୁରିଟି ସର୍ଭିସ୍ ସଂସ୍ଥାକୁ ଲିଖିତ ନିର୍ଦ୍ଦେଶନାମା ଜାରି କରନ୍ତୁ ଛଟେଇ ନିୟମ ଅନୁଯାୟୀ ନୋଟିସ୍ ଓ ସିନିଅରିଟି ଅନୁସାରେ ଆଇନ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ। ଏହି ଦାବି ପୂରଣ ନ ହେଲେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିବ। ଶହ ଶହ ଅସଂଗଠିତ ଶ୍ରମିକ ସେମାନଙ୍କର ଇପିଋଫ୍, ଇଏସ୍ଆଇରୁ ବଞ୍ଚିତ। ଇଏସ୍ଆଇ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ଯେ ଓପିଟିସିଏଲ୍ ମ୍ୟାନେଜମେଣ୍ଟ ନଭେମ୍ବର ମାସ ପର୍ୟ୍ୟନ୍ତ ଦେୟ ବାନ୍ଧିଛନ୍ତି। ନହେଲେ କେନ୍ଦ୍ର ସରକାର ଙ୍କ କୋରୋନା ମହାମାରୀ ସମୟର ଅଧା ଦରମା ଇଏସ୍ଆଇ ରୁ ମିଳିଥାନ୍ତା। ଏସବୁ ର ତଦନ୍ତ କରିବା ପାଇଁ ଶ୍ରମିକମାନେ ଦାବି କରି ଆନ୍ଦୋଳନ କରୁଛୁ ବୋଲି ଆ‌ନ୍ଦୋଳନକାରୀ ମାନେ କହିଛନ୍ତି।

ସମ୍ବନ୍ଧିତ ଖବର