ୟୁନିଫର୍ମ ଓ ପରିଚୟ ପତ୍ର ନଥିଲେ କଲେଜ ମନା

ଭଞ୍ଜନଗର: ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ କଲେଜ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି। ଗତକିଛି ଦିନ ଧରି କଲେଜ ଭିତରେ କିଛି ଅଣଛାତ୍ର ପଶିବା ସହ କଲେଜ ଭିତିରେ ଛାତ୍ରଛାତ୍ରୀଙ୍କ ମଧ୍ୟ ବିଶୃଙ୍ଖଳା ସୃଷ୍ଟି କରୁଥବା ଖବର ସାମ୍ନାକୁ ଆସିଥିଲା। ଏଥିସହ କଲେଜ ପରିସରରେ ଛାଛଛାତ୍ରୀ ମାନଙ୍କୁ ରାଗିଂ ଭଳି କୁତ୍ସିତ ପରମ୍ପରାରୁ ନିଜକୁ ଦୂରରେ ରଖିବା ନିମନ୍ତେ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବରସରରେ କଲେଜର ଏଣ୍ଟି ରାଗିଂ ସେଲ୍‌, ମହିଳା ନିର୍ଯ୍ୟାତନା ନିରୋଧୀ ସେଲ୍‌ ସହ ଶୃଙ୍ଖଳା କମିଟି ଆଜି ନୂତନ ଭାବେ ଗଠନ କରାଯାଇଛି। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟି ଗୁଡିକର ଆଜି ବୈଠକ ଅନୁଷ୍ଠିତ ‌ହୋଇଥିବା ବ‌େଳେ କଲେଜକୁ ୟୁନିଫର୍ମ ଓ ପରିଚୟ ପତ୍ର ଆସିବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ମାନେ ଏହାକୁ ଅବମାନନା କରିବେ ସେମାନଙ୍କୁ କଲେଜ ଭିତରକୁ ପ୍ରବେଶରେ ରୋକ ଲଗାଯିବ। କଲେଜ ମୁଖ୍ୟ ଫାଟକରେ ଯାଞ୍ଚ କଡାକଡା କରାଯିବା ସହ କଲେଜ ପରିସରକୁ ମୋବାଇଲ ଫୋନ ବ୍ୟବହାରରେ ମଧ୍ୟ କଟକଣା ଜାରି କରାଯାଇଛି।

ଏଥିସହ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ବିଶୃଙ୍ଖଳା ସୃଷ୍ଟି ନହେବ ସେ ସର୍ମ୍ପକରେ ଆଜିର ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। କଲେଜର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ସାତ୍ତ୍ୟକୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଏଣ୍ଟି ରାଗିଂ ସେଲ୍ ସଂଯୋଜକ ପ୍ରାଧ୍ୟାପକ ବିଭାସ ଦାସ, ସଦସ୍ୟ ଡଃ. ରବିନ୍ଦ୍ର କୁମାର ମିଶ୍ର, ରଜତ ମିଶ୍ର, ସୁନିଲ ଦାସ, ରଜନୀକାନ୍ତ ତ୍ରିପାଠୀ, ସାମ୍ବାଦିକ ବାବୁଲା ପ୍ରଧାନ, ବିଜୟ ମଲ୍ଲିକ, ମହିଳା ନିର୍ଯ୍ୟାତନା ନିରୋଧୀ ସେଲର ସଂଯୋଜିକା ପ୍ରାଧ୍ୟାପିକା ଆରତୀ ପ୍ରଧାନ, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ସ୍ମରଣିକା ପାଢୀ, ସସ୍ମିତା ଦାସ, ମନ୍ଦାକିନି ପଣ୍ଡା, ରାଜଶ୍ରୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର