ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ସ୍ଥାନୀୟ ବିଶୁନିଆପଡ଼ା ପାନୀୟ ଜଳ ପାଇପଲାଇନ ପ୍ରକଳ୍ପରୁ ପାନୀୟ ଜଳଯୋଗାଣରେ ସମସ୍ୟା ଉପୁଜିଛି। ଲୋକମାନଙ୍କର ଆବଶ୍ୟକତା ଦୃଷ୍ଟିରେ ରଖି ଓଭରହେଡ଼ ଟାଙ୍କିରୁ ଷ୍ଟାଣ୍ଡ ପୋଷ୍ଟକୁ ପାଣି ଯୋଗାଣ ପର୍ୟ୍ୟାପ୍ତ ହେଉନାହିଁ। ଷ୍ଟାଣ୍ଡପୋଷ୍ଟରୁ ଖୁବ ଅଳ୍ପ ଅଳ୍ପ କରି ପାଣି ବାହାରୁଥିବାରୁ ଦୀର୍ଘ ସମୟ ପରେ ମଧ୍ୟ ଗରା ବାଲତି ପୂରୂନି। ତେଣୁ ପାଣି ନେବା ପାଇଁ ଗରା ଓ ବାଲତି ଧରି ଷ୍ଟାଣ୍ଡପୋଷ୍ଟ ଓ ନଳକୂପ ଚାରିପଟରେ ମହିଳା, ପିଲା ଓ ଯୁବତୀମାନଙ୍କର ନାହିଁ ନଥିବା ଭିଡ଼ ଲାଗୁଛି। କମ ପରିମାଣର ପାଣି ବାହାରୁଥିବାରୁ ଗରା ବାଲତି ଆଦି ପାତ୍ର ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ଘଟୁଛି। ପାଣି ସଂଗ୍ରହ ନେଇ ଗାଁ ଦାଣ୍ଡରେ ମହିଳାମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ଧାଡ଼ିବାନ୍ଧି ପାଣି ନେବାକୁ ପଡ଼ୁଥିବାରୁ ଗାଁ ରାସ୍ତା ଅବରୋଧ ଭଳି ସମସ୍ୟା ସୃଷ୍ଟି ହେଉଛି। ଷ୍ଟାଣ୍ଡପୋଷ୍ଟ ଓ ନଳକୂପ ପାଖରେ ଜଳ ସଂଗ୍ରହ ପାଇଁ ପ୍ରତିଯୋଗିତା ହେଉଛି। ଏନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ପାଇପ ଲାଇନ ଜଳ ଯୋଗାଣ ସମସ୍ୟା ଠାରୁ ବଳିପଡ଼ିଛି, ଅଚଳ ନଳକୂପ ମରାମତି ନହେବା ସମସ୍ୟା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜଳସ୍ତର ହ୍ରାସ ପାଇବା ପରେ ନଳକୂପ ହ୍ୟାଣ୍ଡେଲ ବାରମ୍ବାର ବାଡ଼ାଇବା ପରେ ପାଣି ବାହାରୁଛି। ପୁଣି ଏତେ କମ ପାଣି ବାହାରୁଛି, ଯେ ଅଧଘଣ୍ଟାଏ କାଳ ହ୍ୟାଣ୍ଡଲ ମାରିବା ପରେ ବି ବାଲତି ଗରା ପୂରୁନି। କିଛି ଷ୍ଟାଣ୍ଡପୋଷ୍ଟ ଓ ଏହା ଚାରିକଡ଼ରେ ନିର୍ମାଣ କରାଯାଇଥିବା ଚାନ୍ଦିନୀର ଚିହ୍ନବର୍ଣ୍ଣ ନଥିବା ବେଳେ ଆଉ କିଛି ଷ୍ଟାଣ୍ଡପୋଷ୍ଟକୁ ପାଣି ପହଞ୍ଚୁନି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରକଳ୍ପ ପରିସରରେ ୫୦ ଳକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ୧ ଲକ୍ଷ କ୍ଷମତା ବିଶିଷ୍ଟ ଓଭରହେଡ଼ କଂକିଟ ଟାଙ୍କି ନିର୍ମାଣ କରାଯାଇଛି।
Sambadସେହିପରି ବୋରୱେଲରୁ ପାଣି ବିଶୁଦ୍ଧୀକରଣ ପାଇଁ ନିକଟରେ ଲୌହ୍ୟ ଦୂରୀକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି। ବୋରୱେଲରୁ କମ ପାଣି ବାହାରୁଥିବାରୁ ପାଖରେ ସମ୍ପରୁ ମଟର ଯୋଗେ ଓଭରହେଡ଼ ଟାଙ୍କିକୁ ପାଣି ସପ୍ଲାଏ କରାଯାଉଛି। ଗ୍ରାମ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏତେ ସବୁ ବ୍ୟବସ୍ଥା କରାଯାଇଥିବା ସତ୍ବେ ତାହା ଲୋକଙ୍କର ପାନୀୟ ଜଳ ସମସ୍ୟା ଦୂର ହୋଇପାରି ନାହିଁ। ତେଣୁ ଯେଉଁ ଉଦ୍ଦେଶ୍ୟ ନେଇ ଏଠାରେ ପ୍ରକଳ୍ପ ନିର୍ମାଣ କରାଯାଇଥିଲା ତାହା ଫେଲ ମାରିଛି। ପାଣି ଯୋଗାଣ ଦାୟିତ୍ବରେ ଥିବା ନିୟମିତ କର୍ମଚାରୀଙ୍କ ସୂଚନା ଅନୁଯାୟୀ ବୋରୱେଲରେ ୫ ଏଚପି ମଟର ଯୋଗେ ପାଣି ଉଠାଯାଉଥିବାରୁ ଓଭରହେଡ଼ ଟାଙ୍କିକୁ ପାଣି ଯୋଗାଣରେ ବିଳମ୍ବ ହେଉଛି। ୧୦ ଏଚ୍ପି ମଟର ସଂଯୋଗ ପାଇଁ ବ୍ୟୟ ଅଟକଳ କରାଯାଇଛି। ୧୦ ଏଚପି ମଟରରୁ ମାଟିତଳେ ବିଛାଯାଇଥିବ ୪ ଇଞ୍ଚିଆ ପାଇପ ବଦଳାଇ ୬ ଇଞ୍ଚିଆ ପାଇପ ଯୋଡ଼ାଯିବା ପାର୍ଇ ସ୍ଥିର ହୋଇଛି। ଟେଣ୍ଡର ସରିଥିଲେ ହେଁ ଠକାଦାର କାମ ଆରମ୍ଭ କରିବରେ ବିଳମ୍ବ କରୁଛି। ଯାହାଫଳରେ ବିଶୁନିଆପଡ଼ା, ବାରଦୁଖାନା, ମହାନ୍ତି ସାହି, ବାଲିଆମାଳ ଆଦି ଗ୍ରାମର ୨୦୦୦ ପରିବାର ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏଦିଗରେ କର୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ଅନ୍ୟପକ୍ଷରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ରଜନୀକାନ୍ତ ପାଣିଗ୍ରାହୀଙ୍କୁ ପଚାରିବାରେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/WhatsApp-Image-2021-03-20-at-6.12.12-PM.jpeg)