ଦିଗପହଣ୍ଡି: ମୁମ୍ବାଇରେ ଏକ ନିର୍ମାଣାଧୀନ କୋଠାରୁ ଖସିପଡ଼ି ‌ଜଣେ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ନୂଆଦ୍ବାରଗାଁ ଗ୍ରାମର ସନାତନ ଗୌଡ଼ (୨୩)। ଗତ ଶୁକ୍ରବାର ଦିନ ସେ କୋଠା କାମରେ ନିୟୋଜିତ ଥିବା ବେଳ‌େ ଅସାବଧାନତାବଶତଃ ଖସି ପଡ଼ିଥିଲେ। ସେଠାରେ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରା ଯାଇଥିଲା। ଗତକାଲି ଶବକୁ ଗ୍ରାମକୁ ଅଣାଯିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।