ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପଞ୍ଚମହଲା ଗ୍ରାମ ପଂଚାୟତର ସଂଗରୋଧ କେନ୍ଦ୍ରରୁ ଜଣେ ମହିଳା ଫେରାର ମାରି ଥିବା ନେଇ ପଞ୍ଚମହଲା ଗ୍ରାମପଂଚାୟତର କାର୍ଯ୍ୟନିର୍ବାହୀ କାର୍ତ୍ତିକେଶ୍ୱର ଶତପଥୀ ଉଲୁଣ୍ଡା ବିଡ଼ିଓକୁ ଅବଗତ କରିଛନ୍ତି। ସୂଚନା ଅନୁସାରେ ଗତ ୧୭ ତାରିଖ  ଜଣେ ଅସହାୟ ମହିଳା ଏକାକୀ ବୁଲୁ ଥିବା ନେଇ ଜଗନ୍ନାଥ ପାଳି ଲୋକ ଦେଖିଥିଲେ ଓ ତାଙ୍କୁ ପଡ଼ାବାସୀ ଆଣି ଖାଇବା ପିଇବା ଦେଇ ରଖିଥିଲେ। ଦିନେ ରହିବା ପରେ ତାପର ଦିନ ସେହି ମହିଳାଙ୍କୁ କୁଆଡେ ଗଣ ବଳାତ୍କାର ହୋଇ ଥିବା ନେଇ ଏକ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା।

Advertisment

ଆଜି ସକାଳେ କାର୍ତ୍ତିକେଶ୍ୱର ଶତପଥୀ ମହିଳା ଜଣକୁ ସଂଗରୋଧ କେନ୍ଦ୍ରରେ ରଖିଥିଲେ ଦିନ ୨ଟା ୪୫ରେ ମହିଳା ଏକ ଯିବା ବାହାନାରେ ଫେରାର ମାରି ଥିବା କହିଥିଲେ। ବିଡ଼ିଓ ନୀଳାମ୍ବର ମହାନନ୍ଦ ଉଲୁଣ୍ଡା ଥାନାରେ ଏକ ରିପୋର୍ଟ ଦେଇଛନ୍ତି ମହିଳାକୁ କେହି ମହିଳାକୁ ଦୁଷ୍କର୍ମ କରିନାହିଁ l ସନ୍ଧ୍ୟାରେ ଉଲୁଣ୍ଡା ବିଡ଼ିଓ ନୀଳାମ୍ବର ମହାନନ୍ଦ, ଏସଡିପି ଓ ଧୀରଜ ଚୋପଦାର ଓ ସହକାରୀ ଏସପି  ପହଂଚି ତଦନ୍ତ କରିଥିଲେ। ସେତେବେଳେ ମହିଳା ଜଣକ ସଂଗରୋଧ କେନ୍ଦ୍ରରେ ନ ଥିବା ଜାଣିବାକୁ ପାଇଥିଲେ l ମହିଳାଙ୍କୁ ଖୋଜା ଖୋଜି କଲା ପରେ ପାଇ ନ ଥିବା ଜଣାପଡିଛି l