କୋଭିଡ-୧୯ର ଯୋଦ୍ଧା: ୨ କୋମଳମତି ଶିଶୁଙ୍କୁ ଛାଡି ୧୪ ଦିନହେଲା ବାହାରେ ରହୁଛନ୍ତି ମହିଳା ବିଡ଼ିଓ

ଭବାନୀପାଟଣା: କରୋନା ସଂକ୍ରମଣରୁ ଲୋକଙ୍କୁ ଦୁରେଇ ରଖିବା ପାଇଁ , ପୁଲିସ, ଡାକ୍ତର, ନର୍ସ, ଆଶା, ଅଙ୍ଗନୱାଡି କର୍ମୀ , ସମ୍ବାଦିକ ଭଳି ବିଭିନ୍ନ ଯୋଦ୍ଧା ଲାଗି ପଡିଛନ୍ତି । ଘର ପରିବାର କି ଛାଡି ଖାଇବ ଶୋଇବା ଭୁଲି  ଯାଇ ଦିନ ରାତିକୁ ଏକ କରି ଦେଇଛନ୍ତି । କିଭଳି ଜନସାଧାରଣ ଏହି ମହାମାରୀ କରୋନାରୁ ମୁକୁଳିପାରିବେ ସେ ନେଇ ଜୀବନକୁ ବାଜି ଲଗେଇ ଦେଇଛନ୍ତି । ଏହି ସମସ୍ତ ଯୋଦ୍ଧାମାନଙ୍କ ଠାରୁ ଆଉ ଜଣେ ମହିଳା ଯୋଦ୍ଧା ନିଜ ଜୀବନକୁ ପାଣି ଛଡେଇ ଦିନ ରାତି ଡ୍ୟୁଟି କରୁଛନ୍ତି । ନିଜର ୨ କୋମଳମତି ଛୋଟଛୋଟ ଶିଶୁଙ୍କୁ ଛାଡି ୧୪ ଦିନ ହେଲା ବାହାରେ ରହିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ମହିଳା ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ ୧୪ ଦିନ ହେଲା ନିଜ କ୍ୱାର୍ଟରକୁ ଯାଇ ନାହାନ୍ତି । ସେ ବ୍ଲକ ପରିସରରେ ଥିବା ଏକ ନୂଆ ଘରେ କ୍ୱାରାନଟିନରେ ରହୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଗୋଲାମୁଣ୍ଡା ବ୍ଲକରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ମହିଳା କୋଭିଡ ଯୋଦ୍ଧାଙ୍କ ଡ୍ୟୁଟି ଆହୁରି ବଢ଼ି ଯାଇଛି । ପରିବାରକୁ ଛାଡି ଡ୍ୟୁଟିକୁ ପ୍ରାଧାନ୍ୟ ଦେଉଛନ୍ତି ।

ପରିବାର ସହିତ ଘରେ ରହୁନଥିବା ବେଳେ ନିଜର ଛୋଟ ଛୋଟ ଦୁଇ କୋମଳମତି ଶିଶୁଙ୍କୁ କେବଳ ବାହାରୁ ଦେଖି ପୁଣି ଚାଲି ଯାଉଛନ୍ତି ଡ୍ୟୁଟିକୁ । ଜଣେ ବ୍ଲକ ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ସମସ୍ତ କାର୍ଯ୍ୟ ତାଙ୍କ ଉପରେ ନ୍ୟସ୍ତ ହୋଇଛି । ଲୋକେ ସରକାରୀ ସହାୟତା ପାଇଲେ କି ନାହିଁ, କେଉଁଠି ସଙ୍ଗରୋଧ ଗୃହ ନିର୍ମାଣ ହେଲା କି ନାହିଁ, ଲୋକେ ଚାଉଳ ,ଟଙ୍କା ପାଇଲେ କି ନାହିଁ, ଅନ୍ୟ ରାଜ୍ୟରୁ ଆସିଥିବା ଲୋକଙ୍କ ବ୍ଲଡ଼ ସମ୍ପୁଲ ଗଲା କି ନାହିଁ ସମସ୍ତ କାର୍ଯ୍ୟର ତଦାରଖ କରୁ କରୁ ନିଜ ପରିବାରକୁ ମଧ୍ୟ ଭୁଲିଯାଇଛନ୍ତି । ଏହି କୋଭିଡରେ-୧୯ ପୁରୁଷ ମାନେ ଫେଲ ମାରୁଥିବା ବେଳେ ଜଣେ ମହିଳା ହୋଇ ସାହାସର ସହିତ ଏହି ମୁକାବିଲାକୁ ଲଢ଼ୁଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧିତ ଖବର