କନ୍ଧମାଳ: ସ୍ତ୍ରୀକୁ ଜିଅନ୍ତା ପୋଡ଼ି ହତ୍ୟା ଉଦ୍ୟମ ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତର ମଣ୍ଡାସୁର୍‌ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ କିରୋସିନି ଢାଳି ଜିଅନ୍ତା ପୋଡି ହତ୍ୟା ଉଦ୍ୟମ କରିଥିବା ସ୍ୱାମୀ ନାଁରେ ଅଭିଯୋଗ ହୋଇଛି। ପ୍ରମୋଦ ନାୟକ ନାମକ ସ୍ୱାମୀ କିଛିଦିନ ହେଲା ସ୍ତ୍ରୀ ଅଞ୍ଜଳିଙ୍କ ସହ ପାରିବାରିକ କଳହ ଥିଲା। ଯାହାଫଳରେ ଅଞ୍ଜଳି ତା’ ନିଜ ବାପା ଘରେ ରହୁଥିଲା। ସ୍ୱାମୀ ପ୍ରମାଦ ଅଞ୍ଜଳି ବାପଘରକୁ ଯାଇ ବୁଝାସୁଝା କରି ଘରକୁ ଆଣିଥିଲା କିନ୍ତୁ ଆଜି ସକାଳୁ ପୁଣି କୌଣସି କାରଣରୁ ଦୁଇ ଜଣଙ୍କ ଭିତରେ ବଚସା ହେବାରୁ ପ୍ରମାଦ ନିଜ ସ୍ତ୍ରୀକୁ କିରୋସିନି ଢାଳି ଜଳେଇବାର ଅଭିଯୋଗ ହୋଇଛି।

ପୀଡ଼ିତାଙ୍କୁ ପ୍ରଥମେ ରାଇକିଆ ଡାକ୍ତରଖାନା ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ବ୍ରହ୍ମପୁର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପରିବାର ଲୋକ ଘଟଣାକୁ ନେଇ ଅଭିଯୋଗ କରିଛନ୍ତି। ଫୁଲବାଣୀ ମେଡିକାଲରୁ ଫୁଲବାଣୀ ଟାଉନ ଥାନାକୁ ସୂଚନା କ୍ରମେ ପୁଲିସ ତଦନ୍ତ ଚଲାଇଛି।

ସମ୍ବନ୍ଧିତ ଖବର