ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅର୍ନ୍ତଗତ ଭାଲୁପତ୍ରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ମାସ ତଳେ ସ୍ୱାମୀ ମରିଥିଲେ। ସ୍ୱାମୀଙ୍କ ମୃତ୍ୟୁର ଦୁଃଖ ଭୁଲି ନଥିବା ବେଳେ ଜଣେ ମହିଳାଙ୍କୁ ସମ୍ପତ୍ତିବାଡ଼ି ମାମଲାରେ ତାଙ୍କ ଶ୍ୱଶୁର କିରାସିନି ଢ଼ାଳି ନିଆଁ ଳଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଲଇକେରା ଥାନାରେ ଲିଖିତ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭାଲୁପତ୍ରା ଗାଁର ବନମାଳି ରୋହିଦାସ ଦୁଇଟି ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ହେଉଛନ୍ତି ଶୁଖାରାମ ରୋହିଦାସ। ଶୁଖାରାମଙ୍କୁ ବିବାହ କରିଥିଲେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଆମପଡ଼ା ଗାଁର ରୁକ୍ମଣୀ ରୋହିଦାସ(୨୮ ବର୍ଷ) । ରୁକ୍ମଣୀ ଓ ଶୁଖାରାମଙ୍କର ୪ ବର୍ଷର ପୁଅଟିଏ ଥିବା ବେଳେ ପ୍ରାୟ ୪ ମାସ ତଳେ ଆକସ୍ମିକ ଭାବେ ଶୁଖାରାମଙ୍କର ମୃତ୍ୟୁ ଘଟିିଥିଲା। ସ୍ୱାମୀଙ୍କୁ ହରାଇବା ପରେ ରୁକ୍ମଣୀ ଶୁଶୁରଘରେ ରହୁଥିଲେ। ତେବେ ଶୁଖାରାମଙ୍କ ମୃତ୍ୟୁ ପରେ ଜମିବାଡ଼ି ମାମଲାକୁ ନେଇ ବୋହୁ ରୁକ୍ମଣୀଙ୍କର ଶ୍ୱଶୁର ବନମାଳିଙ୍କ ସହିତ ପାଟିତୁଣ୍ଡ ଆରମ୍ଭ ହୋଇ ଯାଇଥିଲା। ଗତକାଲି ସନ୍ଧ୍ୟାରେ ମଧ୍ୟ ପାଟିତୁଣ୍ଡ ହୋଇଥଲା।ଏଥିରେ ଉତ୍ତ୍ୟକ୍ତ ହୋଇ ଶ୍ୱଶୁର ବନମାଳି ବୋହୁ ରୁକ୍ମଣୀଙ୍କ ଉପରେ କିରାସିନି ଢ଼ାଳି ନିଆଁ ଳଗାଇ ଦେଇଥିଲେ। ଗୁରୁତ ଅବ୍ଥାରେ ରୁମଣୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଝାରସୁଗୁଡ଼ା ପୁଲିସ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ରୁକ୍ମଣୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେକର୍ଡ କରାଯାଇଥିଲା।ଏଥିରେ ରୁକ୍ମଣୀ କହିଥିଲେ ଯେ ତାଙ୍କ ଦେହରେ ଶ୍ୱଶୁର ବନମାଳି କିରାସିନି ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଏହି ବୟାନ ଦେବାର କିଛି ସମୟ ପରେ ରକ୍ମଣୀଙ୍କର ରାତି ପୟାୟ ୧୦ଟା ବେଳେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା।ଏ ନେଇ ମୃତ ମହିଳାଙ୍କ ବାପଘର ଲୋକେ ତାଙ୍କ ଶ୍ୱଶୁରଙ୍କ ବିରୋଧରେ ଲଇକେରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଝାରସୁଗୁଡ଼ା: ପୁଅ ମରିବାର ୪ ମାସ ପରେ ବୋହୁକୁ ଜିଅନ୍ତା ପୋଡ଼ି ଦେଲେ ଶ୍ୱଶୁର !
/sambad/media/post_attachments/wp-content/uploads/2018/09/Burning-Woman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)